ଅଙ୍ଗାର ବୋଝେଇ ଗାଡ଼ି ଜବତ, ଦୁଇ ଗିରଫ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥର ଘସିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗ ବିଜି ମୋଟର୍ସ ନିକଟରୁ ଏକ ଅଙ୍ଗାର ବୋଝେଇ ଟାଟା ଏସି ଜବତ ହୋଇଛି। ଗତକାଲି ରାତି ପ୍ରାୟ ୧୦.୨୦ ସମୟରେ ଏକ ଟାଟା ଏସି (ଓଡି-୩୪-ପି-୯୦୪୧)ରେ ଅଙ୍ଗାର ବୋଝେଇ ‌ହୋଇ ଆସୁଥିବା ଆନନ୍ଦପୁର ବନ ବିଭାଗ ଖବର ପାଇଥିଲା। ବିଭାଗୀୟ କର୍ମଚାରୀମାନେ ଚଢ଼ଉ କରି ଶୈଲଙ୍ଗ ବିଜି ମୋଟର୍ସ ନିକଟରେ ଗାଡ଼ି ଜବତ କରିଥି‌ଲେ। ଗାଡ଼ିରେ ୩୦ ବସ୍ତା ଅଙ୍ଗାର ଥିଲା। ବେଆଇନ ଅଙ୍ଗାର ଚାଲାଣ ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଅଭିଯୁକ୍ତମାନେ ହେଲେ ଯାଜପୁର ସଦର ଥାନା ମହମ୍ମଦ ଜମାରପୁର ଗ୍ରାମର ପ୍ରଳୟ ଦଳେଇ (୨୩) ଓ ଉଦୟ କୁମାର ସ୍ବାଇଁ (୨୫)। ଆନନ୍ଦପୁର ଡିଏଫ୍‌ଓ ଅଭୟ କୁମାର ଦଳେଇଙ୍କ ନିର୍ଦେଶକ୍ରମେ ଡେପୁଟି ରେଞ୍ଜର ନବକିଶୋର ନାଏକ, ଫରେଷ୍ଟର ଅନନ୍ତ ଚରଣ ପରିଡ଼ା, ମଳୟ କୁମାର ସାହୁ, ଫରେଷ୍ଟ ଗାର୍ଡ ମଧୁସୂଦନ ସାହୁ ଓ ପ୍ରୋଟେକ୍ସନ ସ୍କ୍ବାଡ୍‌ର କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର