କୋରାପୁଟ: ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଆଜି ଚରଣ ସିଂହ ମୀନା ଦାୟିତ୍ବ ଗ୍ରହଣ କରିଛନ୍ତି। ଡିଆଜି ରାଜେଶପଣ୍ଡିତଙ୍କ ଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ କୋରାପୁଟସ୍ଥ ଡିଆଇଜି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ମାନଙ୍କ ସହ ଜିଲ୍ଲାର ସ୍ଥିତିନେଇ ଆଲୋଚନା କରିଥିଲେ। ଜିଲ୍ଲାରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧିନ ରହିଥିଲେ ମଧ୍ୟ ଆନ୍ଧ୍ର ଓ ଛତିଶଗଡ ସୀମାନ୍ତରେ ଅବସ୍ଥିତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଗଞ୍ଜେଇ ଚୋରା ଚାଲାଣ ଧରପଗଡକୁ ଅଧିକ କଡା କଡି କରାଯିବ।

Advertisment

ଆଇନ ଶୃଙ୍ଖଳା ଖିଲାପ କାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସକୁ ଜନସାଧାରଣଙ୍କ ବିଶ୍ବାସ ଭାଜନ ହେବାଭଳି ପଦକ୍ଷେପ ନିଆଯିବ। କୌଣସି ଅଘଟଣର ହେବାର ସୁରାକ ପାଇଲେ ସୂଚନା ଦେବାକୁ ଜନ ସାଧାରଣକୁ ନିବେଦନ କରିଛନ୍ତି ଡିଆଜି ଚରଣ ସିଂହ ମୀନା।