ଭର୍ଚୁଆଲ୍ ହେଲା ଚଉଷଠୀ ଯୋଗିନୀ ମହୋତ୍ସବ

ବାଲିଅନ୍ତା: ଗୋଷ୍ଠୀ ବିବାଦ ଉପୁଜିଥିବା ଯୋଗୁ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ପୀଠ କଳାମଣ୍ଡପରେ ଆୟୋଜିତ ହେବାକୁ ଥିବା ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ ବନ୍ଦ ହୋଇଯାଇଛି । ହେଲେ ଅସନ୍ତୁଷ୍ଟ ଗୋଷ୍ଠୀ ଅନଲାଇନ ମାଧ୍ୟମରେ ଚଉଷଠୀ ଯୋଗିନୀ ମହୋତ୍ସବ ଆୟୋଜନ କରି ସୋସିଆଲ ମିଡ଼ିଆ ଜରିଆରେ ଭାଇରାଲ କରିଥିବା ଦେଖିବାକୁ ମିଳୁଛି ।

ଏହି ଅବସରରେ ଆୟୋଜିତ ଶାସ୍ତ୍ରୀୟ ସଂଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି , ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଚଉଷଠୀ ଯୋଗିନୀ କଳାମଣ୍ଡରେ ସିନା କଟକଣା ଯୋଗୁ ଶାସ୍ତ୍ରୀୟ ନୃତ୍ୟ ସିଧାସଳଖ ଦର୍ଶକମାନେ ଦେଖିପାରି ନଥିଲେ କିନ୍ତୁ ଘରେ ବସି ଦର୍ଶକମାନେ ମୋବାଇଲ ଯୋଗେ ବିଭିଧ ଶାସ୍ତ୍ରୀୟ ନୃତ୍ୟ ଦେଖିବାର ସୁଯୋଗ ହାତଛଡ଼ା କରିନଥିଲେ । ହେଲେ ଗୋଷ୍ଠୀ ବିବାଦ ଯୋଗୁ ଦୀର୍ଘ ୧୪ ବର୍ଷ ଧରି କରି ଆସୁଥିବା ଆୟୋଜକ ନୃତ୍ୟ ପ୍ରତିଭା ଅନୁଷ୍ଠାନକୁ ଜିଲ୍ଲାପାଳଙ୍କ ଅନୁମତି ନମିବାରୁ ଓହରିଯାଇଥିଲା । ହେଲେ ବିରୋଧୀ ଗୋଷ୍ଠୀ ଅନଲାଇନ ଜରିଆରେ ମହୋତ୍ସବ ପ୍ରଚାର ପ୍ରସାର କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିର ଏହି ଉଦଘାଟନୀ ସଂଧ୍ୟାରେ ମହାମାୟାଙ୍କ ବିଭିନ୍ନ ରୂପଚର୍ଯ୍ୟା ସଂପର୍କିତ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଲୋକନୃତ୍ୟ ଆଦି ପରିବେଷଣ ହୋଇଥିଲା ।

ସମ୍ବନ୍ଧିତ ଖବର