ବାଲିଅନ୍ତା: ନୃତ୍ୟ ପ୍ରତିଭା ଆନୁକୂଲ୍ୟରେ ଉତ୍କଳ ରଙ୍ଗମଞ୍ଚରେ ତିନିଦିନ ଧରି ଚାଲିଥିବା ଆନ୍ତର୍ଜାତୀୟ ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ବିଭିନ୍ନ ସାଂସ୍କୃତିକ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ଭିତ୍ତିକ ନୃତ୍ୟ, ସଂଙ୍ଗୀତ ଓ ବାଦ୍ୟ ଯନ୍ତ୍ରର ମଧୁର ମୁର୍ଚ୍ଛନାରେ ରଙ୍ଗମଞ୍ଚ ମୁଖରିତ ହୋଇଥିଲା ।

Advertisment

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି, ନୃତ୍ୟ ପ୍ରତିଭାର ସଭାପତି ଡ. ରାଜନୀ ରଂଜନ ଦାଶ ଓ ଉପ ସଭାପତି ବଙ୍କିମ ଚନ୍ଦ୍ର ନାୟକ ଓ ଜୟଦେବ ପ୍ରେସ ଫୋରମର ସଭାପତି ନିରଞ୍ଚନ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜକ ଅନୁଷ୍ଠାନ ପକ୍ଷରୁ ଏହି  ଚଳିତ ବର୍ଷ ନୃତ୍ୟ ପ୍ରତିଭା ସମ୍ମାନ ଓଡ଼ିଶୀ ନୃତ୍ୟଗୁରୁ ମିନତୀ ବେହେରାଙ୍କୁ ପ୍ରଦାନ କରାଯାଇଥିଲା ।

publive-image

ପ୍ରାରମ୍ଭରେ ନୃତ୍ୟ ପ୍ରତିଭାର ଗୁରୁ ପ୍ରତିଭା ପଣ୍ଡା ଏକକ ନୃତ୍ୟରେ ପୌରାଣିକ କଥାବସ୍ତୁ କୁରୁକ୍ଷେତ୍ର ଯୁଦ୍ଧ ବେଳେ ହିଡ଼ିମ୍ବା ଓ ଘଟଚକଚ ବିଳାପ ଉପାଖ୍ୟାନ ପରିବେଶକୁ ଭାବଗମ୍ଭୀର କରି ଦେଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଖୋର୍ଧା ପାଇକ ଆକଡ଼ା ଦଳର ଗୁରୁ କବିରାଜ ପ୍ରଧାନ ଓ ସାଥୀ ଶିଳ୍ପୀମାନେ ଖଣ୍ଡା , ବଚ୍ଛା ଓ ବାଡ଼ି ଧରି ବିଭିଧ ରଣ କୌଶଳ ପ୍ରଦର୍ଶନ କରିଥିଲେ । ତୃତୀୟ ସୋପାନରେ ଆଦୃତା ଓଡ଼ିଶୀ ନୃତ୍ୟାନୁଷ୍ଠାନର ଗୁରୁ ଭରତ ଚରଣ ଗୁରୁ ଓ ସାଥୀଙ୍କ ଦ୍ବାରା ମହିଷାଷ୍ଟକ ଓ ଦୁର୍ଗାସ୍ତୁତି ପରିବେଷଣ ହୋଇଥିଲା । ପରେ ପ୍ରତିଭା ପଣ୍ଡାଙ୍କ ଛାତ୍ରୀମାନେ ଆସ ବାପୁ ପରି ଆମେ ହେବା ପରିବେଷଣ ହୋଇଥିଲା ।

publive-image

ନୃତ୍ୟାଙ୍ଗନା କସ୍ତୁରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଶିଳ୍ପୀମାନେ ମହିଷ‌ା ମର୍ଦ୍ଦିନୀ ଦୁର୍ଗାଙ୍କ ବିଭିଧ ରୂପଚର୍ଯ୍ୟା ନୃତ୍ୟ ପରିବେଷଣ କରିଥିଲେ । ବାଲିପାଟଣାର ଗୁରୁ ଗୋପାଳ ବେହେରା ଓ ଦଳ ଚଇତାଳି ଘୋଡ଼ା ନାଚ ପରିବେଷଣ କରିଥିଲେ । ସେହିପରି ଚଉଷଠୀ ଯୋଗିନୀ ସଂଙ୍ଗୀତ ସମ୍ମାନ ସୁକାନ୍ତ କୁଣ୍ଡୁ , କଳା ସମ୍ମାନ ଡ . ସୂଚେତା ପ୍ରିୟଦର୍ଶିନୀ ଓ ନାଟ୍ୟ ସମ୍ମାନ ଦେବାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଇଂଜିନିୟର ଶ୍ରିନିବାସ ଘଟୁଆରୀ ଓ ରୁନା ପଣ୍ଡା ।