ହରିଚନ୍ଦନପୁର: ହରିଚନ୍ଦନପୁର-କେନ୍ଦୁଝର ରାସ୍ତାର କୁଆଝରଣ ଘାଟିରେ ଆଜି ଅପରାହ୍‌ଣ ସାଢ଼େ ୫ଟାବେଳେ ଏକ ଚିପ୍‌ସ ବୋଝେଇ ଟ୍ରକ୍‌ (ଓଡି-୦୯-ବି-୨୭୬୬) ଭାରସାମ୍ୟ ହରାଇ ଓଲଟିପଡ଼ିଛି। ବିପରୀତ ଦିଗରୁ ବାଇକ୍‌ରେ ଆସୁଥିବା ଘଟଗାଁ ବ୍ଲକ୍‌ ରୁଟିଶିଳା ଗ୍ରାମର ବାବାଜି ବେହେରା (୩୪), ପତ୍ନୀ ଅଞ୍ଜି (୩୦) ଓ ଝିଅ ସୀମା (୫)ଙ୍କ ଉପରେ ଚିପ୍‌ସ ପଡ଼ିବାରୁ ସେମାନେ ଆହତ ହୋଇଛନ୍ତି।

Advertisment

ସେହିପରି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ସାହାରପଡ଼ା ବ୍ଲକ୍‌ କପୁଣ୍ଡି ଗ୍ରାମର ରାମଚନ୍ଦ୍ର ମହାନ୍ତ (୫୯) ଆହତ ହୋଇଛନ୍ତି। ଆହତମାନଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।