ଟାଟା ପାୱାରରେ ଚାକିରି କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ

ଠକାମିର ଶିକାର ହୋଇଥିବା ଯୁବକଯୁବତୀ ଥାନାର ଦ୍ବାରସ୍ଥ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି କରାଇଦେବା କଥା କହି ଲକ୍ଷାଧିକ ଟଙ୍କା ଠକିନେଲେ କାଲିମେଳା ବ୍ଳକର ସୁରେଶ ପଣ୍ଡା ନାମକ ବ୍ୟକ୍ତି। ଏକ ଆୟୁର୍ବେଦ କମ୍ପାନୀରେ ଚାକିରି କରେଇ ଦେବା କଥା କହି ମାଲାଭରମ ପଞ୍ଚାୟତର ଶତାଧିକ ଆଦିବାସୀ ପିଲାଙ୍କ ଠାରୁ ଚାରିରୁ ଆଠ ହଜାର ପର୍ଯ୍ୟନ୍ତ ଟଙ୍କା ନେଇ ସେମାନଙ୍କୁ ନକଲି ସାର୍ଟିଫିକେଟ ପ୍ରଦାନ କରିଛନ୍ତି ଏହି ବ୍ୟକ୍ତି।

ଠିକ ସେହିପରି ତୁମାଗୁଡା ଗ୍ରାମର ଶିକ୍ଷିତ ପିଲାଙ୍କୁ ଟାଟା ପାୱାର କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା କଥା କହି ସେମାନଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲେଖାଏଁ ଆଦାୟ କରିଛନ୍ତି ଟଂକା ହଡପ କରିଥିବା ଠିକାଦାର ସୁରେଶ ପଣ୍ଡା।ଗତ କିଛି ମାସ ଯିବା ପରେ ଚାକିରି ନମିଳିବାରୁ ଏମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ପଚାରିଥିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ଏମାନେ ଠକାମିର ଶିକାର ହୋଇଥିବା ଜାଣିପାରି ମାଲକାନଗିରି ଏସପିଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିବା ପରେ ସୁରେଶ ପଣ୍ଡାଙ୍କ ନାମରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ଏମାନେ। ପୁଲିସ ଅଭିଯୋଗ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି।

ସମ୍ବନ୍ଧିତ ଖବର