ଦଶରଥପୁର: ଜମି ଯୋଗାଇଦେବା ନାଁରେ ଅର୍ଥ ହଡ଼ପ ଓ ଧମକ ଦେବା ଅଭିଯୋଗରେ ଗତ ୨୦୨୨ ଡିସେମ୍ବର ୨୮ ତାରିଖରେ ଦଶରଥପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଅଭିଯୁକ୍ତ ପ୍ରଦୀପ ଦାଶକୁ ଆଜି ଦଶରଥପୁର ପୁଲିସ ଗିରଫ କରିଛି। ଜନୈକ ବ୍ୟକ୍ତି ବିଶ୍ୱନାଥ ସାମଲଙ୍କୁ ଯାଜପୁର ସହରରେ ଜମି ଦେବା ନାଁରେ ଏକାଧିକ ଥରରେ ଅଭିଯୁକ୍ତ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିଲା। ହେଲେ ସେ ଦେଖାଇଥିବା ଜମି ଓ ପଟ୍ଟାକୁ ଯାଞ୍ଚ କରିବାରୁ ତାହା ଜାଲ୍ ବୋଲି ଜଣା ପଡ଼ିଥିଲା।
ଫଳରେ ବିଶ୍ୱନାଥ ତାଙ୍କୁ ଟଙ୍କା ଫେରାଇବା ପାଇଁ ଦାବି କରିଥିଲେ। ପ୍ରଦୀପ ଟଙ୍କା ନଫେରାଇବା ସହ ଧମକ ଦେଇ ବିଶ୍ବନାଥଙ୍କୁ ଆକ୍ରମଣ କରିଥିଲା। ଏହାକୁ ନେଇ ଦଶରଥପୁର ଥାନାରେ ଅଭିଯୁକ୍ତ ପ୍ରଦୀପ ବିରୋଧରେ ମାମଲା ରୁଜୁ ହୋଇଥିଲା। ଫେରାର ଥିବା ଅଭିଯୁକ୍ତକୁ ଗତକାଲି ସନ୍ଧ୍ୟାରେ ମନ୍ଦାରଖଣ୍ଡ ଛକରୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/55.jpg)