କୋରାପୁଟ: ଡେରିରେ ହେଉ ପଛେ ଚେଇଁ ଉଠିଛି ପ୍ରଶାସନ। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ଅଧିନରେ ରହିଥିବା ଡୋଳିଆମ୍ବରେ ଆଜି ଜଳବିଭାଜିକା ମିଶନ ପକ୍ଷରୁ ତିନିଟି ନୂଆ ପ୍ରକଳ୍ପ ହାତକୁ ନିଆଯାଇଛି। ଡୋଳିଆମ୍ବ ଗାଁରେ ତିନିଟି ପ୍ରକଳ୍ପ ହାତକୁ ନିଆଯାଇଛି। ଜଳବିଭାଜିକା ମିଶନ ପକ୍ଷରୁ ଜଳଉତ୍ସର ଦିଗ ପରିବର୍ତ୍ତନ କରି କେନାଲ ମାଧ୍ୟମରେ ଜଳସେଚନ, ଚେକଡ୍ୟାମ୍ ମାଧ୍ୟମରେ ଜଳସେଚନ ଓ ସ୍ପ୍ରିଙ୍ଗ ମାଧ୍ୟମରେ ଇରିଗେସନ ସିଷ୍ଟମ ମଧ୍ୟମରେ ଜଳସେଚନ କରାଯିବ। ଏଥିପାଇଁ ଆଜି ସର୍ଭେ କରାଯାଇଥିବାବେଳେ ୧୦୦ ହେକ୍ଟର ଜମି ଜଳସେଚନ ହେବ। ଏଥିପାଇଁ ପ୍ରାୟ ଦେଢକୋଟି ଟଙ୍କାର ବ୍ୟୟବରାଦ ରହିଥିବା ଜଣାପଡିଛି।
/sambad/media/post_attachments/wp-content/uploads/2021/02/kpt-kotia-doliamba-300x135.jpg)
ଆଜି ଜଳବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହି ଏକ ସଚେତନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ସରକାରଙ୍କ ପକ୍ଷରୁ ଜୀବନଜୀବିକା, ଜଳସେଚନ ଓ ଜଳବିଭାଜିକା ଉପରେ ଆଲୋକପାତ ହୋଇଥିଲା। ଏହାସହ ଏହି ଅଞ୍ଚଳରେ ତିନଟି ବନ୍ଧ ରହିବାକୁ ରହିଥିବାବେଳେ ସୋପାନ ପ୍ରାଣାଳୀରେ ବର୍ଷକ ମାରବାସ ଚାଷ ହେବ। ଜଳବିଭାଜିକା ମିଶନ ପକ୍ଷରୁ କଦଳୀ, ଅଧିକ ଉତ୍ପଦନକ୍ଷମ ତେନ୍ତୁଳି ଚାରା, କୁକୁଡା ଓ ଛେଳି ଚାଷ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।