ମଣ୍ଡିରେ ସୁବ୍ୟବସ୍ଥା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମଣ୍ଡି ଗସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ୬୪ଟି ମଣ୍ଡିରେ ଧାନ କ୍ରୟ ସୁରୁଖୁରୁରେ ଚାଲିଥିବା ବେଳେ ଆଜି ସୁଦ୍ଧା ୬୪ଟି ମଣ୍ଡିରୁ ମୋଟ ୪ ଲକ୍ଷ ୪୪ ହଜାର ୬୩୨ କ୍ବିଣ୍ଟାଲ ଧାନ ଖରିଦ ହୋଇସାରିଲାଣି। ଏହି ଧାନ ଜିଲ୍ଲାର ୧୧ ହହଜାର ୮୩୮ ଜଣ କୃଷକଙ୍କ ଠାରୁ ଖରିଦ କରାଯାଇଥିବା ଜଣାପଡିଛି।ମଣ୍ଡିରେ ଯେପରି ଦଲାଲଗିରି ନହେବ ଏବଂ ଚାଷୀଙ୍କର ଧାନ ସହରଜରେ ବିକ୍ରି ହେବ ସେନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ଏବଂ ସହକାରୀ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ହୋତା ଜିଲ୍ଲାରର ବିଭିନ୍ନ ମଣ୍ଡି ପରିଦର୍ଶନ କରି ତଦାରଖ କରୁଛନ୍ତି। ପ୍ରକାଶ ଥାଉକି ବିଭିନ୍ନ ରାଜନୈତିକ ଦଳ ତରଫରୁ ମଣ୍ଡିରେ ହେଉଥିବା ଅବ୍ୟବସ୍ଥା ନେଇ ଅଭିଯୋଗ ହେବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ନିଜେ ମଣ୍ଡି ପରିଦର୍ଶନ କରି ଧାନ କ୍ରୟ ହେବା ଏବଂ ଉଠିବା ନେଇ ତଦାରଖ କରୁଛନ୍ତି। ତେବେ ମାଲକାନଗିରି ଜିଲ୍ଲାରେ ରହିଥିବା ୮ଟି ଲ୍ୟାମ୍ପସ ଧାନ ଖରିଦ କରୁଛି। ସେଗୁଡିକ ମଧ୍ୟରୁ କାଲିମେଳା ଲ୍ୟାମ୍ପସ ତରଫରୁ ୨ ହଜାର ୮୬୩ ଜଣ କୃଷକଙ୍କ ଠାରୁ ମୋଟ ୧ ଲକ୍ଷ ୩ ହଜାର ୩୭୧ କ୍ବିଣ୍ଟାଲ ଧାନ ଖରିଦ କରାଯାଇଥିବା ବେଳେ ବୋଣ୍ଡା ଲ୍ୟାମ୍ପସ ତରଫରୁ ୭୦୮ ଜଣ କୃଷକଙ୍କ ଠାରୁ ୨୨ ହଜାର ୯୭୭ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି।

ଶିଖପାଲୀ ଲ୍ୟାମ୍ପସ ପକ୍ଷରୁ ୯୩୧ ଜଣ କୃଷକଙ୍କ ଠାରୁ ୪୦ ହଜାର ୮୯୨ କ୍ବିଣ୍ଟାଲ,କୋରକୋଣ୍ଡା ଲ୍ୟାମ୍ପସ ତରଫରୁ ୧ ହଜାର ୯୫୩ ଜଣ କୃଷକଙ୍କ ଠାରୁ ୭୧ ହଜାର ୬୨୪ କ୍ବିଣ୍ଟାଲ,କୁଡୁମୁଲୁଗୁମ୍ମା ଲ୍ୟାମ୍ପସ ପକ୍ଷରୁ ୫୪୫ ଜଣ କୃଷକଙ୍କ ଠାରୁ ୧୯ ହଜାର ୬୩୬ କ୍ବିଣ୍ଟାଲ, ମାଥିଲି ଲ୍ୟମ୍ପସ ପକ୍ଷରୁ ୧୪୭୦ ଜଣ କୃଷକଙ୍କ ଠାରୁ ୫୭ ହଜାର ୭୫୧ କ୍ବିଣ୍ଟାଲ,ପଡିଆ ଲ୍ୟମ୍ପସ ପକ୍ଷରୁ ୧୩୦୬ ଜଣ କୃଷକମାନଙ୍କ ଠାରୁ ୪୬ ହଜାର ୭୯୩ କ୍ବିଣ୍ଟାଲ ଏବଂ ମାଲକାନଗିରି ଲ୍ୟାମ୍ପସ ପକ୍ଷରୁ ୧୧୩୦ ଜଣ କୃଷକଙ୍କ ଠାରୁ ୪୫ ହଜାର ୩୮୯ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ସେହିପରି ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଚଳିତ ବର୍ଷ ଧାନ ଖରିଦ କରୁଛନ୍ତି। ସେଥମଧ୍ୟରୁ ରାଜଲକ୍ଷ୍ମୀ ସ୍ବୟଂ ସହାୟ ଗୋଷ୍ଠୀ ୧୮୨ କୃଷକଙ୍କ ଠାରୁ ୭୦୧୧ କ୍ବିଣ୍ଟାଲ ଏବଂ ଅନ୍ନପୂର୍ଣ୍ଣା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ୨୯୪ କୃଷକଙ୍କ ଠାରୁ ୧୧ ହହଜାର ୯୧୪ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି।ତେବେ ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାରେ ୭ ଲକ୍ଷ ୫୫ ହଜାର ୨୨୩ କ୍ବିଣ୍ଟାଲ ଧାନ ଖରିଦ ପାଇଁ ଟାର୍ଗେଟ ରହିଥିବା ବେଳେ ଆସନ୍ତା ମାସ ପ୍ରଥମ ସପ୍ତାହ ବେଳକୁ ହୁଏତ ଏହି ଟାର୍ଗେଟ ପୂରଣ ହୋଇଯାଇଥିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର