ଦଶପଲ୍ଲା; ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅଧୀନସ୍ଥ ନୂଆଗାଁ ପଂଚାୟତ ଧୁନ୍ଦୁଗାଡିଆ ଗ୍ରାମର ୬ ବର୍ଷର ଶିଶୁ କନ୍ୟା ବେବି ନାୟକ ନିଖୋଜର ୫ ଦିନ ପରେ ପୁଲିସ ଗ୍ରାମ ପଛପାଖ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରିଥିବା ଜଣାପଡିଛି। ତେବେ ବେବିନାର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନ ଭିନ୍ନ ସ୍ଥାନରୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୨ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ଆସନ୍ତାକାଲି ସୂଚନା ରଖିବା ପାଇଁ କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟରିଆ। ତେବେ ଗତ ୧୨ ତାରିଖ ମଧ୍ୟାହ୍ନରୁ ଗାଁ ଦାଣ୍ଡରେ ଖେଳୁଥିବା ବେବି କ୍ଷଣିକ ସମୟ ମଧ୍ୟରେ ନିଖୋଜ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅଟକ ଥିବା ଦୁଇ ଜଣ ବ୍ୟକ୍ତି ବିଭିନ୍ନ ସମୟରେ ନାବାଳିକା ବେବିଙ୍କୁ ମୋବାଇଲ୍ରେ ଅଶାଳିନ ଭିଡିଓ ଦେଖାଉଥିଲେ।
ଯାହାକି ସେଦିନ ତାକୁ ଏକାକି ସୁଯୋଗ ନେଇ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ। ଜଙ୍ଗଲ ମଧ୍ୟରେ ଦୁଷ୍କର୍ମ ପରେ କାଳେ ବେବି ବାହାରେ ପ୍ରକାଶ କରିବ ସେହି ଭୟରେ ତଣ୍ଟିଚିପି ହତ୍ୟା କରିଥିବା ବିଶେଷସୂତ୍ରରୁ ଜଣାପଡିଛି। ତେବେ ଏହି ଘଟଣା ଏକ ସମ୍ବେଦନଶୀଳ ହୋଇଥିବା ବେଳେ ଆଜି ଏସ୍ପି ଶ୍ରୀ କାଟରିଆଙ୍କ ସମେତ ଏସ୍ଡିପିଓ, ନୟାଗଡ ଟାଉନ ପୁଲିସ ସମେତ ଏକ ସ୍ୱତନ୍ତ୍ର ଟିମ୍ ପହଁଚି ଘଟଣାର ତଦନ୍ତ କରି ଫେରିଛି। ଆସନ୍ତାକାଲି ପୁଲିସ ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରିବ ବୋଲି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/naya.jpg)