ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍‌ ଡେମୁପଡ଼ାରେ ଗୋଟିଏ ଅଭାବନୀୟ ଘଟଣା ଘଟିଯାଇଛି। ଗୋଟିଏ ଧାନବୋଝେଇ ଗାଡ଼ିଚାପାରେ ଅଢ଼େଇବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି। ଶିଶୁଟି ହେଉଛି ଅକ୍ଷୟ ପଧାନଙ୍କ ପୁଅ ରୂପେଶ। ସୂଚନା ଅନୁସାରେ ଆଜି ଦିନବେଳା ଧାନବୋଝେଇ କରିବାକୁ ଭିକୁ ଅଗ୍ରୱାଲଙ୍କ ପିକ୍‌ ଅପ୍‌ ଗାଡ଼ି ଆସିଥିଲା। ଘରୁ ଧାନ ଲଦିସାରି ଗାଡ଼ି ବାହାରିଲାବେଳେ ଦୁର୍ଭାଗ୍ୟବଶତଃ ରୂପେଶ ଗାଡ଼ିର ଚକ ତଳେ ପଡ଼ିଯାଇଥିଲା। ଗାଡ଼ି ଚକ ରୂପେଶମୁଣ୍ଡରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାରକରି ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ଖବରପାଇ ପୁଲିସ ଶବ ଜବତକରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବାବେଳେ ସମ୍ପୃକ୍ତ ପିକ୍‌ ଅପ୍‌କୁ ଜବତ କରିଛି।