କୂଅରେ ପଡ଼ି ଶିଶୁ ମୃତ, ଦାଦନ ଖଟି ଯାଇଛନ୍ତି ବାପା-ମା’

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ମତ୍ରିତରାଇ ଗାଁର ଜଣେ ୪ବର୍ଷ ଶିଶୁ କୂଅରେ ପଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି। ମଙ୍ଗଳବାର ନିତଧର ମାଝୀଙ୍କ ୪ବର୍ଷର ପୁଅ ପରମେଶ୍ବର ମାଝୀ ନିଖୋଜ ଥିଲା। ବୁଧବାର ସକାଳୁ ସମ୍ପର୍କୀୟମାନେ ଖୋଜାଖୋଜି କରିବାରୁ ଗ୍ରାମରେ ଥିବା ଏକ କୂଅରୁ ତାର ମୃତଦେହ ଦେଖିବାକୁ ପାଇଥିଲେ। ସୂଚନା ପାଇ ପୁଲିସ୍‌ ଶବ ଜବତ କରିଛି। ଗୁରୁବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ସୂଚନାଥାଉ କି ମୃତ ଶିଶୁର ମା’-ବାପା ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଛନ୍ତି। ଶିଶୁଟି ନିଜ ଆଈ ପାଖରେ ରହୁଥିଲା। ଏନେଇ ତଦନ୍ତକାରୀ ଏସ୍‌ଆଇ ଦେବେନ୍ଦ୍ର ବିନ୍ଧାଣୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର