ଟିକା ଯୋଗୁଁ ନବଜାତଙ୍କ ମୃତ୍ୟୁକୁ ପ୍ରଶାସନର ଖଣ୍ଡନ: ମିଛି ଖବର ପ୍ରକାଶ କରିଥିବା ଗଣମାଧ୍ୟମ ନାମରେ ହେବ କାର୍ଯ୍ୟନୁଷ୍ଠାନ

କୋରାପୁଟ: ଟିକା ଯୋଗୁଁ ଜିଲ୍ଲାରେ କୌଣସି ଶିଶୁର ମୃତ୍ୟୁ ଘଟିନାହିଁ। ଯେଉଁ ୱେବ ମିଡିଆ ଓ ଛାପା ଗଣମାଧ୍ୟମରେ ଯାହା ମିଛ ଖବର ପ୍ରକାଶିତ ହୋଇଛି ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ଉପରୋକ୍ତ ଶିଶୁ ୧୬ ଘଣ୍ଟା ପରେ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ହେତୁ ମୃତ୍ୟୁବରଣ କରିବା କଥା ସତ୍ୟ ନୁହେଁ । ରାହା ଧରି କାନ୍ଦିବା ମଧ୍ୟରେ କ୍ଷୀର ପାନ କଲେ ତାହା ବେଳେ ବେଳେ ଶ୍ୱାସନଳୀକୁ ପଶିଯାଇ ଶ୍ୱାସରୁଦ୍ଧ ହେତୁ ଶିଶୁର ମୃତ୍ୟୁ ହୋଇଥାଏ ବ‌ୋଲି ପ୍ରଶାସନ କହିଛି।

ଗତ ବୁଧବାର ଦିନ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରି ପଞ୍ଚାୟତ ଘାଟଗୁଡ଼ା ଗ୍ରାମର ମଙ୍ଗଳା ବଡ଼ନାୟକଙ୍କର ଶିଶୁ ପୁତ୍ରକୁ ଜନ୍ମଦିନ (୨୧.୦୪.୨୦୨୧) ର ଏକମାସ କୋଡିଏ ଦିନରେ ନିୟମାନୁସାରେ ଟିକା ଦିଆଯାଇଥିଲା । ଶିଶୁଟି ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଜିରୋଡୋଜ୍ ଟିକାକରଣ ୨୨.୦୪.୨୦୨୧ ରେ କରାଯାଇଥିଲା । ଜିଲ୍ଲାସାରା ଶିଶୁମାନଙ୍କୁ ସେହି ବ୍ୟାଚ ନମ୍ବରର ଟିକା ଦିଆଯାଇଥିଲା । ଅନ୍ୟ କୌଣସି କାରଣରୁ ଏହି ଶିଶୁଟିର ମୃତ୍ୟୁ ଘଟିଥିଲା। କିନ୍ତୁ କିଛି ଛାପା ଗଣାମାଧ୍ୟମ ଓ ୱେବ ମିଡିଆରେ ଶିଶୁର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହା ଅସତ୍ୟ ବୋଲି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କର ନିର୍ଦ୍ଦେଶକ୍ରମେ ଆଜି ସିଡିଏମଓ ମକରନ୍ଦ ବେଉରା ତଦନ୍ତ କରିଥିଲେ। ରିପୋର୍ଟ ମୁତାବକ ଶିଶୁର ମୃତ୍ୟୁ ୧୬ ଘଣ୍ଟା ପରେ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ହେତୁ ହୋଇନାହିଁ। ଶିଶୁ ରାହା ଧରି କାନ୍ଦିବା ବେଳ‌େ ପରିବାରବର୍ଗ କ୍ଷୀର ପାନ କରାଇଥିବାରୁ ଶ୍ୱାସନଳୀକୁ କ୍ଷୀର ପ୍ରବେଶ କରି ଶ୍ୱାସରୁଦ୍ଧ ହେତୁ ମୃତ୍ୟୁମୁଖ ପଡିଥିବା ସେ ଦର୍ଶାଇଛନ୍ତି।

ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ ଖବର ଜାଣିବା ପରେ ସିଡିଏମଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ରିପୋର୍ଟ ଅନୁସାରେ ତଦନ୍ତ କରିବା ପରେ ଟିକାକରଣ ଯୋଗୁଁ ଶିଶୁଟିର ମୃତ୍ୟୁ ଘଟିନାହିଁ ବରଂ କାନ୍ଦୁଥିବାବେଳେ କ୍ଷୀର ପିଆଇବାବେଳେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସେ ରିପୋର୍ଟ ଦେଇଛନ୍ତି।

ଭାରତ ସରକାରଙ୍କ ଦ୍ୱାରା ସାରାଦେଶରେ ଟିକାକରଣ ଅଭିଯାନ ୧୯୭୮ ମସିହାରୁ ସମସ୍ତ ରାଜ୍ୟସରକାରଙ୍କ ଦ୍ଵାରା ପ୍ରତ୍ୟେକ ରାଜ୍ୟରେ ସୂଚାରୁରୂପେ ସମ୍ପାଦିତ ହୋଇଆସୁଛି । ଏହା ଦ୍ବାରା ଆଖିଦୃଶିଆ ଭାବରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାରକୁ କମାଇ ଦିଆଯାଇପାରିଛି । ପ୍ରତ୍ୟେକ ବର୍ଷ ସାରାଦେଶରେ ପ୍ରାୟ ଅଢେ଼ଇ କୋଟି ମାଆ ଓ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ଟିକାକରଣ କରାଇ ଟିକା ଦ୍ଵାରା ରୋକାଯାଇ ପାରୁଥିବା ବାରଟି ରୋଗରୁ ରକ୍ଷା କରାଯାଇଥାଏ l ରୋଗଗୁଡିକ – କଣ୍ଠଅଳତି(ଡିପ୍ ଥେରିଆ), ଲହରାକାଶ(ପରଟୁସିସ୍), ଧନୁଷ୍ଟଙ୍କାର (ଟିଟାନସ୍), ମିଳିମିଳା (ମିଜିଲସ୍), ଯକ୍ଷ୍ମା (ଟ୍ୟୁବରକୁଲୋସିସ୍), ପୋଲିଓ, ହେପାଟାଇଟିସ-ବି, ହିମୋଫିଲସ ଏନଫ୍ଲୁଏଞ୍ଜି,ରୁବେଲା, ରୋଟା ଭାଇରସ ଦ୍ଵାରା ତରଳ ଝାଡା ଓ ଜାପାନିଜ୍ ଏନକେଫାଲାଇଟିସ ଅଟେ । ଏତଦ୍ ବ୍ୟତୀତ ଏହି ବର୍ଷ ଓଡ଼ିଶା ରେ ନ୍ୟୁମୋକୋକାଲ ଟିକା ଶିଶୁମାନଙ୍କ ପାଇଁ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର