ରାମନବମୀ ଠାକୁର ଦେଖିବାକୁ ଯାଇଥିବା ବେଳେ କାନ୍ଥ ପଡ଼ି ଶିଶୁର ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲା ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ସତରପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। କାନ୍ଥ ପଡି ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁର ନାମ ବନ୍ଦନା ନାୟକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,  ହେମନ୍ତ ନାୟକଙ୍କ ଦୁଇ ଝିଅ ବନମାଳୀ ନାୟକଙ୍କ ଘରକୁ ରାମନବମୀ ଠାକୁର ଦେଖିବାକୁ ଯାଇଥିଲେ। ଠାକୁର ଦେଖୁଥିବା ସମୟରେ ହଠାତ କାନ୍ଥ ପଡିଯାଇଥିଲା। ଫଳରେ ହେମନ୍ତ ନାୟକଙ୍କ ସାନ ଝିଅ ବନ୍ଦନା ନାୟକ ଗୁରୁତର ଆହତ ହୋଇଥିଲା। ସ୍ଥାନୀୟଲାକେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଣିଥିଲେ ହେଁ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର