ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସୁକଦେଇପୁର ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଘରପାଖ ନାଳରେ ବୁଡିଯାଇ ୪ବର୍ଷ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁର ନାମ ରାନୀ ତରାଇ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାନୀ ତରାଇ ଆଜି ଘରୁ ବାହାରି ଆସି ପାଖ ନାଳରେ ଖେଳୁ ଥିଲା। ଖେଳୁ ଖେଳୁ ରାନୀ ହଠାତ ପାଖରେ ଥିବା ଏକ ନାଳରେ ଖସି ପଡ଼ିଥିଲା। କିଛି ସମୟ ପରେ ପରିବାରଲୋକ ତାକୁ ବହୁ ଖୋଜାଖୋଜି କରିଥିଲେ। ଏହି ସମୟରେ ରାନୀ ନାଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ରାନୀକୁ ମୃତ ବୋଲି ଘୋଷଣା କରିଥିଲେ। ରାନୀର ମୃତ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/download-3-8.jpg)