କରୋନାରେ ବାପା ଓ ମା’ଙ୍କୁ ହରାଇବା ୪ ମାସ ବିତିଲାଣି, ପିଲାଙ୍କୁ ଆର୍ଥିକ ସହାୟତା ମିଳିଲା ନାହିଁ

ଉମରକୋଟ: କରୋନା ମହାମାରୀ ଦ୍ବିତୀୟ ଲହରରେ ସମଗ୍ର ଭାରତରେ ଲୋକମାନେ ପୋକ ମାଛି ପରି ମରିଗଲେ। କିଏ ତା ବାପା ଙ୍କୁ ହରାଇଲା ତ କିଏ ମା’ ଙ୍କୁ ହରାଇଲା। ଆଉ ଏପରି ମଧ୍ୟ କିଛି ପିଲାମାନେ ଉଭୟ ବାପା ଓ ମାଆଙ୍କୁ ମଧ୍ୟ ହରାଇ ବାପା ମା’ ଛେଉଣ୍ଡ ହେଇଗଲେ।

ଯେଉଁ ପିଲାମାନେ କରୋନାରେ ଉଭୟ ବାପା ଓ ମାଆଙ୍କୁ ହରାଇଥିବେ ସେହିପରି ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ପିଲା ପାଠ ପଡୁଥିଲେ ସେମାନଙ୍କ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ଘୋଷଣା କେବଳ କାଗଜ ପତ୍ରରେ ରହିଗଲା।

ସରକାର ସବୁ ଘୋଷଣା ଭୁଲିଗଲେ ବୋଲି ମନ ହୁଏ, କାରଣ ବର୍ତ୍ତମାନ କରୋନାର ପ୍ରକୋପ କମିଯାଇଛି। ଏପରି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ ବାସ କରୁଥିବା ୩ ଭାଇ ଓ ଭଉଣୀଙ୍କର କ୍ଷେତ୍ରରେ ଦେଖା ଯାଇଛି। ଦିନ ବନ୍ଧୁ ଜାନି ଶିକ୍ଷକ ଭାବରେ ଉମରକୋଟ ନିକଟସ୍ଥ ବାଟି ବେଡାଠାରେ କାର୍ଯ୍ୟରତ ଥିବା ବେଳେ କରୋନାରେ ଆକ୍ରାନ୍ତ ହେଇ ଗତ ୧୯/୪/୨୧ ରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟରେ ମୃତ୍ୟୁ ବରଣ କରିଥିଲେ।

ତାର ଠିକ୍ ୮ ଦିନ ପରେ ସ୍ତ୍ରୀ ପ୍ରଭାତୀ କୁସୁମ ଜାନି ମଧ୍ୟ କରୋନାରେ ଆକ୍ରାନ୍ତ ହେଇ ୨୮/୪/୨୧ ଦିନ କୋରାପୁଟରେ ମୃତ୍ୟୁ ବରଣ କରିଥିଲେ। ଦିନବନ୍ଧୁଙ୍କ ବଡ ପୁଅ ମାନସ ଅସ୍ଥାୟୀ କିରାଣୀ ଭାବରେ କାର୍ଯ୍ୟରତ ଥିଲେ। ବଡ ଝିଅ ମିଲି ଯୁକ୍ତ ୩ ପାଠ ସାରି ଘରେ ଅଛନ୍ତି ଓ ସାନ ଝିଅ ତପସ୍ଵିନୀ ଦଶମ ପାସ କରି ଘରେ ଅଛନ୍ତି। ସରକାରୀ ନିୟମ ଅନୁଯାୟୀ ବାପାଙ୍କ ପେନସନ ସାନ ଝିଅ ପାଇବା କଥା କିନ୍ତୁ ଏପର୍ଯ୍ୟନ୍ତ ମିଳି ନାହିଁ।

ଅପରପକ୍ଷେ ସରକାରଙ୍କ ଆଶୀର୍ବାଦ ଯୋଜନା ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ପିଲାଙ୍କୁ ମିଳିନାହିଁ। ଅପରପକ୍ଷେ ସରକାର ବାପା ଓ ମା’ ଛେଉଣ୍ଡ ହେଇଥିବା ପିଲାଙ୍କ ପାଠ ପଢ଼ାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ କିନ୍ତୁ ତାହାର କୌଣସି ସୂଚନା ଏଯାବତ ମିଳିପାରିନାହିଁ।

ଏପରିକି କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ ପାଇଁ ମଧ୍ୟ ଘୋଷଣା କରିଥିଲେ କିନ୍ତୁ ତାହା ମଧ୍ୟ ଏହି ପରିବାର ପାଇଁ ସାତ ସ୍ଵପ୍ନ ପାଲଟି ଯାଇଛି।

ସମ୍ବନ୍ଧିତ ଖବର