ଢ଼େଙ୍କାନାଳ: ଢ଼େଙ୍କାନାଳ ମେଡିକାଲ ପରିସରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କାର୍ ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଲକ୍ କରି ବାପା-ମା’ ଚାଲି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶିଶୁ କନ୍ୟାଟିକୁ ଅଚେତ ଅବସ୍ଥାରେ କାର୍ ଭିତରେ ଦେଖି ସ୍ଥାନୀୟ ଲୋକେ, ସିକ୍ୟୁରିଟି ଗାର୍ଡ ଓ କିଛି ଗାଡ଼ି ଚାଳକ ଗାଡ଼ି ଭିତରୁ ଉଦ୍ଧାର କରି ଢ଼େଙ୍କାନାଳ ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ଉଦ୍ଧାର ବେଳେ ଅଣନିଶ୍ୱାସୀ ହୋଇ ଶିଶୁ ମୁହଁରୁ ଫେଣ ବାହାରୁ ଥିବା ଦେଖିବାକୁ ମିଳିଥିଲା। ଏବେ ଶିଶୁଟି ସ୍ୱଚ୍ଛାସେବୀଙ୍କ ଦାୟିତ୍ୱରେ ରହିଛି। ଚିକିତ୍ସା ପରେ ଶିଶୁରଟିର ସ୍ୱାସ୍ଥ୍ୟରେ ସୁଧାର ଆସୁଛି କି ନାହିଁ ତାହା ଜଣାପଡ଼ିଛି।
ତେବେ ଶିଶୁଟିକୁ ଲକ୍ କରି ଯିବାର ଅନେକ ସମୟ ପରେ ଆନନ୍ଦପୁର ଅଞ୍ଚଳର ଜଣେ ଦମ୍ପତ୍ତି ଘଟଣାସ୍ଥଳରେ ପହଞ୍ଚି ଏହି ଶିଶୁଟି ତାଙ୍କର ବୋଲି କହିଥିଲେ। କିନ୍ତୁୁ ବାସ୍ତବରେ ଏହି ଶିଶୁଟି ତାଙ୍କର କି ନାହିଁ ସେ ନେଇ ତଦନ୍ତ ଚାଲିଛି। ତେବେ ସେମାନେ ଯଦି ପିଲାର ବାସ୍ତବିକ ଦମ୍ପତ୍ତି ତେବେ ଏପରି ଦାୟିତ୍ୱହୀନ ଭାବେ ପିଲାକୁ କିପରି ବନ୍ଦ କାର ଭିତରେ ଛାଡି ଚାଲି ଯାଇଥିଲେ ବୋଲି ପ୍ରଶ୍ନ କରିବାକୁ ସେ କୌଣସି ବି ଉତ୍ତର ନେଦେଇ ମୁହଁ ଫେରାଇ ନେଇଥିଲେ।