ଖୋର୍ଦ୍ଧା: ଆଜି ଜଟଣୀ ସିଡିପିଓ, ଖୋର୍ଦ୍ଧା ଚାଇଲ୍ଡ ଲାଇନ୍ ଟିମ୍ ଓ ପୁଲିସର ମିଳିତ ଚଢ଼ାଉରେ ଜଟଣୀରେ ହେଉଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରାଯାଇଛି। ଉଭୟ ବର ଓ କନ୍ୟା ନାବାଳକ ହୋଇଥିବାରୁ ଉଭୟଙ୍କୁ ବାଳାଶ୍ରମ ପଠାଇ ଦିଆଯାଇଛି। ସୂଚନାନୁସାରେ, ଜଟଣୀର ବିଡିଏ କଲୋନୀରେ ଆଠଗଡ଼ର ଜଣେ ୧୬ ବର୍ଷୀୟ ନାବାଳିକା ସହ ଜଟଣୀର ୧୬ ବର୍ଷୀୟ ନାବାଳକ ବିବାହ କରାଯାଉଥିବା ନେଇ ଖୋର୍ଦ୍ଧା ଚାଇଲ୍ଡ ଲାଇନ୍କୁ ସୂଚନା ମିଳିଥିଲା ।
ଏନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ମଣିପାଲ୍ ସାହୁ ଓ ରଂଜିତା ସିଂହାର ଜଟଣୀ ସିଡିପିଓ ବନ୍ଦନା କୁମାରୀ ଦେବୀ ଓ ଜଟଣୀ ପୁଲିସକୁ ଜଣାଇଥିଲେ। ଆଜି ମିଳିତ ଚଢ଼ାଉରେ ବିବାହ ବନ୍ଦ କରାଯାଇଥିଲା। ଉଭୟ ବର ଓ କନ୍ୟା ନାବାଳକ ଥିବାରୁ ଉଭୟଙ୍କୁ ଖୋର୍ଦ୍ଧା ଚାଇଲ୍ଡ ୱେଲ୍ଫେୟାର କମିଟି ସମ୍ମୁଖରେ ହାଜର କରାଯାଇ ବାଳାଶ୍ରମକୁ ପଠାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Child-Marriage-at-Jatani-Khordha.jpeg)