ଏବେ ବି କୋରାପୁଟ ଜିଲ୍ଲାରେ ଅଛନ୍ତି ୮୭୪ ପୁଷ୍ଟିହୀନ ଶିଶୁ, ଜୟପୁର ଓ କୁନ୍ଦୁରାରେ ସର୍ବାଧିକ  ୨୫୨ ଶିଶୁ

ଅପପୁଷ୍ଟିକୁ ରୋକି ପାରିବ ପୋଷଣ ବଗିଚା

କୋରାପୁଟ  : ରାଜ୍ୟରେ ଜାତୀୟ ପୋଷଣ ସୁରକ୍ଷା ଅଭିଯାନ ଆରମ୍ଭ ହୋଇ ଯାଇଥିବାବେଳେ ମା ଓ ଶିଶୁଙ୍କର କିପରି ପୁଷ୍ଟି ସାଧନ ହେବ ସେନେଇ ପକ୍ରିୟା ଜାରି ରହିଛି। ଯଦିଓ ପୋଷଣ ବଗିଚା ସମୂଳେ ଅପପୁଷ୍ଟିକୁ ନାଶ ରୋକି ପାରିବନି କିନ୍ତୁ ମା ଓ ଶିଶୁଙ୍କ ମଧ୍ୟରେ ପୁଷ୍ଟିହୀନତାକୁ ହ୍ରାସ କରିପାରିବ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଏବେ ବି ୮୭୪ ଜଣ ଅପପୁଷ୍ଟି ଶିଶୁ ରହିଥିବାବେଳେ ସେମାନଙ୍କୁ ମୁଖ୍ୟ‌ସ୍ରୋତକୁ ଆଣିବାକୁ ପ୍ରାଣପ୍ରଣେ ଚେଷ୍ଠା ଜାରି ରହିଛି। ସଚେତନତା ମାଧ୍ୟମରେ ମା ଓ ଶିଶୁ କିପରି ପୋଷଣତତ୍ତ୍ବ ଦିଆଯିବ ସେନେଇ ଉଭୟ ପ୍ରଶାସନ ଓ ଜିଲ୍ଲାରେ କାର୍ଯ୍ୟକରୁଥିବା ଏମ୍.ଏସ୍.ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଓ ବିଜୁ ପଟ୍ଟନାୟକ ଆଦିବାସୀ କୃଷି ଜୈବ-ବିବିଧତା କେନ୍ଦ୍ର ଚେଷ୍ଠା ଜାରି ରଖିଛି। ଏନେଇ କୋରାପୁଟ, ଜୟପୁର, କୁନ୍ଦୁରା, ଓ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ୨୨ଟି ଗ୍ରାମର ୮୦୦ରୁ ଅଧିକ ଚାଷୀଙ୍କୁ ପୋଷଣ ବଗିଚା ସମ୍ପର୍କରେ ଜ୍ଞାନ ଦିଆଯାଇଛି। ଏହାକୁ ମାନି ଏହି ଚାଷୀମାନେ ବଗିଚାରେ ଯଥା- ଅମୃତଭଣ୍ଡା, ମୁନିଙ୍ଗା, ଲେମ୍ୱୁ, କଦଳୀ, ଡାଳିମ୍ୱ, ପିଜୁଳି, ସପୁରୀ, ଆତ ଇତ୍ୟାଦି ସହିତ ବିଭିନ୍ନ ପ୍ରକାର ଫଳନ୍ତି ଗଛ ସହ ପନିପରିବା ମଞ୍ଜି ବିତରଣ କରାଯାଇଥିବାବେଳେ ଏହା ଫଳପ୍ରଦ ହୋଇଛି ବୋଲି ସ୍ବାମିନାଥନ କତ୍ତୃପଓ ଓ ପ୍ରଶାସନ ଦାବି କରିଛି। କୋରାପୁଟ ଜିଲ୍ଲାର ପରବର୍ତ୍ତୀ ସମୟରେ ଏହାକୁ ବୈପାରିଗୁଡାରେ ୨୭୦୦କୁ ବୃଦ୍ଧି କରାଯାଇଥିବାବେଳେ କୁନ୍ଦୁରାରେ ୨୪୦୯ ଓ କୋରାପୁଟରେ ୬୫୦ ଆଦିବାସୀ ପରିବାରଙ୍କୁ ପୋଷଣ ବିଗିଚା ତାଲିକାରେ ଯୋଡାଯାଇଥିବାବେଳେ ପାଖାପାଖି ୩୦ହଜାର ଔଷଧୀୟ ଚାରା ଓ ପୋଷଣତତ୍ବ ଭରି ରହିଥିବା ବୃକ୍ଷ ପ୍ରଦାନ କରାଯାଇଛି। ଜିଲ୍ଲାର ଏହି ତିନି ଅଞ୍ଚଳରେ ୨୦ହଜାର ଲୋକଙ୍କୁ ପୋଷଣ ବଗିଚା ସମ୍ପର୍କରେ ସଚେତନ କରାଯାଇ ଥିବାବେଳେ ୨୫୦୦ରୁ ଅଧିକ ପୋଷଣ ବଗିଚା ସୃଷ୍ଟି ହୋଇଛି। ତେବେ ଜିଲ୍ଲାର ୧୪ଟି ବ୍ଲକର ୩୨୬୪ଟି ଅଙ୍ଗନବାଡି କେନ୍ଦ୍ରରେ ୧୫୪୧୬ଜଣ ଗର୍ଭବତୀ, ୧୫୫୦୬ ଜଣ ସ୍ତନ୍ୟପାୟୀ ମହିଳା, ୮୭୪ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୧୨୬୦୪ଜଣ ମଧ୍ୟମ ଓଜନ ଶିଶୁ ଓ ୧,୩୩,୨୨୬ଜଣ ସାଧରଣ ଶିଶୁ ରହିଛନ୍ତି।

ବନ୍ଧୁଗାଁ ବ୍ଲକରେ ୨୧୦ଟି ଅଙ୍ଗନବାଡି କେନ୍ଦ୍ରରେ ୫୫୯ଜଣ ଗର୍ଭବତୀ, ୯୫୭ଜଣ ସ୍ତନ୍ୟପାୟୀ ମହିଳା, ୩୪ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୮୪୪ଜଣ ମଧ୍ୟମ ଓଜନ ଶିଶୁ ଓ ୮୨୨୯ଜଣ ନିରୋଗ ଶିଶୁ ରହିଛନ୍ତି। ବୈପାରିଗୁଡା ବ୍ଲକରେ ୩୧୮ଟି ଅଙ୍ଗନବାଡି କେନ୍ଦ୍ରରେ ୧୬୨୭ଜଣ ଗର୍ଭବତୀ, ୧୪୩୫ଜଣ ସ୍ତନ୍ୟପାୟୀ ମହିଳା, ୬୨ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୧୭୮ଜଣ ମଧ୍ୟମ ଓଜନ ଶିଶୁ ଓ ୧୩୦୦୭ଜଣ ନିରୋଗ ଶିଶୁ ରହିଛନ୍ତି। ବୋରିଗୁମ୍ମା ବ୍ଲକରେ ୩୨୭ଟି ଅଙ୍ଗନବାଡି କେନ୍ଦ୍ରରେ ୧୯୧୫ଜଣ ଗର୍ଭବତୀ, ୧୯୬୮ଜଣ ସ୍ତନ୍ୟପାୟୀ ମହିଳା, ୫୩ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୧୦୩୦ ଜଣ ମଧ୍ୟମ ଓଜନ ଶିଶୁ ଓ ୧୬୪୭୬ ଜଣ ନିରୋଗ ଶିଶୁ ରହିଛନ୍ତି। ଦଶମନ୍ତପୁର ବ୍ଲକରେ ୨୫୪ଟି ଅଙ୍ଗନବାଡି କେନ୍ଦ୍ରରେ ୯୮୩ଜଣ ଗର୍ଭବତୀ, ୧୦୮୦ଜଣ ସ୍ତନ୍ୟପାୟୀ ମହିଳା, ୪୬ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୮୭୭ଜଣ ମଧ୍ୟମ ଓଜନ ଶିଶୁ ଓ ୮୧୮୩ଜଣ ନିରୋଗ ଶିଶୁ ରହିଛନ୍ତି। ଜୟପୁର ବ୍ଲକରେ ୩୨୬ଟି ଅଙ୍ଗନବାଡି କେନ୍ଦ୍ରରେ ୨୨୭୪ଜଣ ଗର୍ଭବତୀ, ୨୩୬୭ଜଣ ସ୍ତନ୍ୟପାୟୀ ମହିଳା, ୧୧୯ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୧୭୬୮ଜଣ ମଧ୍ୟମ ଓଜନ ଶିଶୁ ଓ ୧୮୨୬୨ଜଣ ନିରୋଗ ଶିଶୁ ରହିଛନ୍ତି। କୋରାପୁଟ ବ୍ଲକରେ ୨୩୨ଟି ଅଙ୍ଗନବାଡି କେନ୍ଦ୍ରରେ ୯୦୨ଜଣ ଗର୍ଭବତୀ, ୮୩୬ଜଣ ସ୍ତନ୍ୟପାୟୀ ମହିଳା, ୭୭ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୯୧୫ଜଣ ମଧ୍ୟମ ଓଜନ ଶିଶୁ ଓ ୭୨୨୭ ଜଣ ନିରୋଗ ଶିଶୁ ରହିଛନ୍ତି। କୋଟପାଡ ବ୍ଲକରେ ୨୩୭ଟି ଅଙ୍ଗନବାଡି କେନ୍ଦ୍ରରେ ୧୪୮୯ଜଣ ଗର୍ଭବତୀ, ୧୧୨୪ଜଣ ସ୍ତନ୍ୟପାୟୀ ମହିଳା, ୪୭ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୯୯୬ଜଣ ମଧ୍ୟମ ଓଜନ ଶିଶୁ ଓ ୧୦୬୩୨ ଜଣ ନିରୋଗ ଶିଶୁ ରହିଛନ୍ତି। କୁନ୍ଦୁରା ବ୍ଲକରେ ୧୭୫ଟି ଅଙ୍ଗନବାଡି କେନ୍ଦ୍ରରେ ୮୫୦ଜଣ ଗର୍ଭବତୀ, ୮୨୮ଜଣ ସ୍ତନ୍ୟପାୟୀ ମହିଳା, ୧୩୩ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୮୨୫ଜଣ ମଧ୍ୟମ ଓଜନ ଶିଶୁ ଓ ୬୭୯୨ଜଣ ନିରୋଗ ଶିଶୁ ରହିଛନ୍ତି। ଲମତାପୁଟ ବ୍ଲକରେ ୧୭୪ଟି ଅଙ୍ଗନବାଡି କେନ୍ଦ୍ରରେ ୬୦୮ଜଣ ଗର୍ଭବତୀ, ୬୧୮ଜଣ ସ୍ତନ୍ୟପାୟୀ ମହିଳା, ୧୦ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୩୪୬ ଜଣ ମଧ୍ୟମ ଓଜନ ଶିଶୁ ଓ ୫୯୫୨ଜଣ ନିରୋଗ ଶିଶୁ ରହିଛନ୍ତି। ଲକ୍ଷ୍ମୀପୁର ବ୍ଲକରେ ୧୭୪ଟି ଅଙ୍ଗନବାଡି କେନ୍ଦ୍ରରେ ୫୫୪ଜଣ ଗର୍ଭବତୀ, ୬୬୧ଜଣ ସ୍ତନ୍ୟପାୟୀ ମହିଳା, ୫୯ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୮୨୫ଜଣ ମଧ୍ୟମ ଓଜନ ଶିଶୁ ଓ ୫୫୬୪ଜଣ ନିରୋଗ ଶିଶୁ ରହିଛନ୍ତି। ନନ୍ଦପୁର ବ୍ଲକରେ ୨୩୦ଟି ଅଙ୍ଗନବାଡି କେନ୍ଦ୍ରରେ ୮୫୩ଜଣ ଗର୍ଭବତୀ, ୯୦୨ଜଣ ସ୍ତନ୍ୟପାୟୀ ମହିଳା, ୮୩ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୧୦୧୪ଜଣ ମଧ୍ୟମ ଓଜନ ଶିଶୁ ଓ ୮୩୨୮ ଜଣ ନିରୋଗ ଶିଶୁ ରହିଛନ୍ତି। ନାରାୟଣପାଟଣା ବ୍ଲକରେ ୧୫୦ଟି ଅଙ୍ଗନବାଡି କେନ୍ଦ୍ରରେ ୬୨୮ଜଣ ଗର୍ଭବତୀ, ୭୬୪ଜଣ ସ୍ତନ୍ୟପାୟୀ ମହିଳା, ୩୬ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୫୯୯ଜଣ ମଧ୍ୟମ ଓଜନ ଶିଶୁ ଓ ୬୪୩୫ ଜଣ ନିରୋଗ ଶିଶୁ ରହିଛନ୍ତି। ପଟାଙ୍ଗୀ ବ୍ଲକରେ ୧୭୮ଟି ଅଙ୍ଗନବାଡି କେନ୍ଦ୍ରରେ ୭୮୦ଜଣ ଗର୍ଭବତୀ, ୮୭୬ଜଣ ସ୍ତନ୍ୟପାୟୀ ମହିଳା, ୪୪ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୬୨୬ଜଣ ମଧ୍ୟମ ଓଜନ ଶିଶୁ ଓ ୮୨୦୧ଜଣ ନିରୋଗ ଶିଶୁ ରହିଛନ୍ତି। ସେମିଳିଗୁଡା ବ୍ଲକରେ ୧୮୬ଟି ଅଙ୍ଗନବାଡି କେନ୍ଦ୍ରରେ ୫୯୮ଜଣ ଗର୍ଭବତୀ, ୬୭୪ଜଣ ସ୍ତନ୍ୟପାୟୀ ମହିଳା, ୪୫ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୪୩୧ଜଣ ମଧ୍ୟମ ଓଜନ ଶିଶୁ ଓ ୫୭୮୨ ଜଣ ନିରୋଗ ଶିଶୁ ରହିଛନ୍ତି। ସୁନାବେଢାରେ ୮୫ଟି ଅଙ୍ଗନବାଡି କେନ୍ଦ୍ରରେ ୪୯୬ଜଣ ଗର୍ଭବତୀ, ୪୧୬ଜଣ ସ୍ତନ୍ୟପାୟୀ ମହିଳା, ୨୬ଜଣ ଗୁରୁତର ଅଳ୍ପ ଓଜନ ଶିଶୁ, ୩୩୦ଜଣ ମଧ୍ୟମ ଓଜନ ଶିଶୁ ଓ ୪୧୫୬ ଜଣ ନିରୋଗ ଶିଶୁ ରହିଛନ୍ତି।

ସମ୍ବନ୍ଧିତ ଖବର