ଆଠଗଡ: କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଦଣ୍ଡାପଡିଆ ଗାଁରେ ଜଣେ ଝିଅର ଅନିଚ୍ଛା ସ୍ୱତ୍ତ୍ୱେ ବିବାହ କରିବା ମହଙ୍ଗା ପଡ଼ିଲା। ଝିଅର ବୟସ ୧୨କୁ ପୁଅର ବୟସ ୧୫ବର୍ଷ ହୋଇଥିବା ବେଳେ ପରିବାରଲୋକ ବାହଘର କରାଇ ଦେଉଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା।
ପୀଡିତା ଅଭିଯୋଗ କରି କହିଛନ୍ତି, ଆଦିବାସୀ ଗାଁର ଦଣ୍ଡାପଡିଆର ୧୫ ବର୍ଷ ନାବାଳକଙ୍କ ସହ ତାଙ୍କ ବିବାହ ଜୋର ଜବରଦସ୍ତ କରି ଦିଆଯାଉଥିଲା। ସେ ଏହି ବିବାହ କରିବେ ନାହିଁ ବୋଲି ମନା କରୁଥିବା ବେଳେ କେହି ତାଙ୍କ କଥା ଶୁଣି ନଥିଲେ। ବରଂ ତାଙ୍କୁ ଭୟଭୀତ କରାଯାଇ ଚୁପ୍ ରହିବାକୁ ବାଧ୍ୟ କରାଯାଇଥିଲା। କୌଶଳକ୍ରମେ ସେ ଏକ ଫୋନ୍ ଯୋଗେ ୧୦୦କୁ ଫୋନ୍ କରି ତାଙ୍କୁ ଏସବୁ ଭିତରୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ।
India Todayପୀଡ଼ିତାଙ୍କ ଏଭଳି ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁଡିଝାଟିଆ ପୁଲିସ ସହାୟତାରେ ଚାଇଲ୍ଡ ଲାଇନ୍ ଟିମ୍, ସମାଜସେବୀ ସସ୍ମିତା ଦାସ ସେଠାରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/images-1-1.jpg)