କନ୍ଧମାଳରେ ଚାଇଲ୍‌ଡ ଲାଇନ୍‌ର ହସ୍ତକ୍ଷେପ ପରେ ଅଟକିଲା ୨ଟି ବାଲ୍ୟବିବାହ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚାଇଲ୍‌ଡ ଲାଇନ୍‌ ନିଜର ସକ୍ରିୟତା ଦେଖାଇଛି। ଗତ ୨ ଦିନ ମଧ୍ୟରେ ଚାଇଲ୍‌ଡ ଲାଇନ୍‌ ଟିମ୍‌ ପୃଥକ୍‌ ପୃଥକ୍‌ ଭାବେ ଚଢ଼ାଉ କରି ଦୁଇଟି ବାଲ୍ୟ ବିବାହକୁ ବନ୍ଦ କରିଛନ୍ତି।

ସୂଚନା ଅନୁସାରେ ଭିନ୍ନ ଭିନ୍ନ ୨ଟି ସ୍ଥାନରେ ବାଲ୍ୟ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ଚାଇଲ୍‌ଡ ଲାଇନର ଅଧିକାରୀମାନଙ୍କୁ ଖବର ମିଳିଥିଲା। ଫୁଲବାଣୀ ସହରରେ ୧୦ମ ଶ୍ରେଣୀରେ ପଢୁଥିବା ୧୬ ବର୍ଷୀୟ ନାବାଳିକାର ବିବାହ ସ୍ଥିର ହୋଇଥିବା ବେଳେ ବାଲିଗୁଡ଼ାରେ ୧୪ ବର୍ଷୀୟା ୯ମ ଶ୍ରେଣୀ ପଢୁଥିବା ନାବାଳିକାର ବିବାହ ହେବାର ଥିଲା।

ଏହି ୨ଟି ବାଲ୍ୟ ବିବାହ ନେଇ ଉଭୟ ସ୍ଥାନରେ ଚାଇଲ୍‌ଡ ଲାଇନ୍‌ ଟିମ୍‌ ଓ ସମ୍ମନ୍ଵିତ ଶିଶୁବିକାଶ ଟିମ୍‌ ମିଳିତ ଭାବେ ପହଞ୍ଚିଥିଲେ। ସେମାନେ ୧୬ ଓ ୧୪ ବର୍ଷୀୟ ନାବାଳିକାଙ୍କ ବାଲ୍ୟ ବିବାହକୁ ବନ୍ଦ କରିଥିଲେ। ଏତଦ୍‌ ବ୍ୟତୀତ ନାବାଳିକାର ପିତାମାତାଙ୍କ ଠାରୁ ୧୮ବର୍ଷ ପୂର୍ବରୁ ବିବାହ ନ କରିବା ପାଇଁ ଏକ ଲିଖିତ ଚୁକ୍ତିନାମା କରିଥିଲେ। ଏନେଇ ଫୁଲବାଣୀ ଟାଉନ ଥାନା ଓ ବାଲିଗୁଡା ଥାନାରେ ଏକ ଡାଏରୀ ହୋଇଛି।

ଉଭୟ ବାଲ୍ୟ ବିବାହକୁ ବନ୍ଦ କରିବାରେ ଚାଇଲ୍‌ଡଲାଇନ୍‌ ପକ୍ଷରୁ ରାଜଲକ୍ଷ୍ମୀ ମହାକୁଡ, ଦିଲୀପ ଦାସ, ଅନୁପ ସାହୁ, ଫୁଲବାଣୀ ସମ୍ମନ୍ଵିତ ଶିଶୁବିକାଶ ଅଧିକାରିଣୀ ସୁବର୍ଣ୍ଣମାଳା ନାୟକ, ସୁପରଭାଇଜର ସନ୍ଧ୍ୟାରାଣୀ ମହାନ୍ତି ଏବଂ ବାଲିଗୁଡା ସମନ୍ବିତ ଶିଶୁବିକାଶ ଅଧିକାରିଣୀ ଅନୀତା ଦାସ ଓ ତାଙ୍କର ଟିମ୍‌ ଦାୟିତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର