ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଆଇଁଲାଛାଟ୍ର ମନୋରଞ୍ଜନ ବାଘ ଓ ସୀତୟା ବାଘଙ୍କ ୨ ମାସ ୭ ଦିନର ଛୁଆ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ତାଙ୍କ ପଡ଼ୋଶୀ ଅରୁଣା ସେଠ୍ ଶିଶୁଟିକୁ ଧରିଥିଲେ। ଅରୁଣା ମାନସିକ ବିକୃତ ରହିଥିବା ଜଣାଯାଇଛି। ତେବେ ଦିନ ୧୧ଟାରେ ତାଙ୍କ ପାଖରେ ଆଉ ଶିଶୁଟି ନଥିଲା। ତାଙ୍କୁ ପଚାରିବାରୁ ଗାଁର ଜଣେ ମହିଳାଙ୍କୁ ଦେଇଥିବା କହିଥିଲେ। ମାତ୍ର ଅରୁଣାଙ୍କ କହିବା ଅନୁସାରେ ସମ୍ପୃକ୍ତ ମହିଳାଙ୍କୁ ପଚାରିବାରୁ ତାଙ୍କୁ କେହି ଶିଶୁ ଦେଇନଥିବା କହିଛନ୍ତି।
ପରେ ଅରୁଣା ପୁଣି ଶିଶୁଟିକୁ ଏକ କୂଅରେ ପକାଇ ଦେଇଥିବା କହିଥିଲେ। ଫଳରେ ପୁଲିସ, ଦମକଳ ବାହିନୀ ମିଶି ନିର୍ଦ୍ଧିଷ୍ଟ କୂଅରେ ଖୋଜିଥିଲେ ବି ଛୁଆଟି ମିଳି ନଥିଲା। ତେଣୁ ପୁଲିସ ଅରୁଣାଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛି। ତଦନ୍ତ ଜାରି ରହିଥିବା ଉଲୁଣ୍ଡା ଥାନା ଅଧିକାରୀ ଚନ୍ଦ୍ରମୋହନ ସିଂହଙ୍କୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/399fabcc-7bcc-4e5e-937d-8ea41e8f03f2.jpg)