ରାତିରେ ମା’ କୋଳରୁ ଦୁଇ ବର୍ଷର ଝିଅ ଗାଏବ 

ମୋ ଛୁଆକୁ ଖୋଜି ଦିଅନ୍ତୁ ପୁଲିସ ଵାଵୁ : ମା'

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକରେ ଘଟିଛି ଏକ ହୃଦୟ ବିଦାରକ ଘଟଣା।। ରାତ୍ର ସମୟରେ ଖୋଲା ଆକାଶ ତଳେ ଗୋଟିଏ ପରିବାର ୪ଜଣ ତହସିଲ ସମ୍ମୁଖରେ ଥିବା ମହରର ମାନଙ୍କ ଚାଳିଆରେ ରାତ୍ର ଯାପନ କରୁଥିଲେ। ସବୁଦିନ ପରି ଦିବା ସମୟରେ ଜରି ଗୋଟାଇ ବିକ୍ରୀ କରି ରାତି ସମୟରେ କିଛି ଦିନ ହେବ ସେଠାରେ ଶୋଉଥିଲେ। କିନ୍ତୁ ବୁଧବାର ରାତି ଭୋର ୪ଟା ସମୟରେ କେହି ଦୁର୍ବୁ ତ ମା କୋଳରୁ ତାଙ୍କ ଦୁଇ ବର୍ଷ ର ଝିଅକୁ ନେଇ ଯାଇଥିବା ପୁଲିସ ପାଖରେ ଅଭିଯୋଗ ହୋଇଛି। ଘଟଣା ରୁ ଜଣାପଡିଛି ସ୍ବାମୀ ବାଚୁ ଦାସ ( ୫୦) ପତ୍ନୀ ସୁରୁ ମୁଖି (୪୦), ପୁଅ ରହିତ ଦାସ ( ୮) ଓ କୁନି ଦୁଇ ବର୍ଷ ର ଝିଅ କୁ ନେଇ ସଂସାର । ଦିନ ସାରା ପୁରୁଣା ବଟଲ ଓ ଜରି ଗୋଟାଇବା ସହିତ ଭିକ୍ଷା ବୃତି କରି ପେଟ ପୋଷି ହେଉଥିଲେ। ହେଲେ ଗତ ବୁଧବାର ରାତି ମହିଳା ସୁରୁ ମୁଖି ତାଙ୍କ ଛୁଆ ନେଇ ଶୋଇଥିବା ବେଳେ କୋଳରୁ କେହି ନେଇଯିବା ଥାନାରେ ଅଭିଯୋଗ କରିଛନ୍ତି। ଥାନା କର୍ମଚାରୀମାନେ ଏ କଥାକୁ ହାଲୁକା ନେଇ ଘରେ କଣ ପାଇଁ ରହୁନ ବୋଲି ଓଲଟା ପ୍ରଶ୍ନ କରିଥିଲେ। ଥାନାକୁ ସକାଳ ୬ଟାରୁ ଦିବା ୩ଟା ଭିତରେ ୪ଥର ଯାଇଥିଲେ ମଧ୍ୟ ଥାନାରେ ବଡବାବୁ ନାହାଁନ୍ତି କହି ଥାନାରେ ଥିବା ଷ୍ଟାଫ ପଠାଇ ଦେଇଥିଲେ। ଫଳରେ ଏ ବାବଦରେ ଥାନା ତରଫରୁ କେହି ଷ୍ଟାଫ ତଦନ୍ତ କରିବା ଦେଖା ଯାଇନଥିଲ ।

କିନ୍ତୁ ଛୁଆଟିକୁ ନପାଇ ମା ଥାନା ଭିତରେ ଛାତି ଫଟାଇ କାନ୍ଦୁଥିବାର ଦୃଶ୍ୟ ଅତି ହୃଦୟ ବିଦାରକ ଘଟଣା ଦେଖା ଯାଇଛି। ମୋ ଛୁଆକୁ ଖୋଜି ଦିଅନ୍ତୁ ପୁଲିସ ବାବୁ କହିଛି ୯ମାସ ୯ଦିନ ଗର୍ଭ ରେ ରଖି ଜନ୍ମ ଦେଇ ଥିବା ମା। ବାବୁ କ୍ଷୀର ଖାଉଥିଲା। କେଉଁଠି ଥିବ କଣ ଖାଉଥିବା କହି ବାହୁନି ବାହୁନୀ ହୋଇ କାନ୍ଦୁଛି ମା ସୁରୁ ମୁଖୀ। ସବୁଦିନ ପରି ଆମେ ଆମ ପରିବାର ୪ଜଣ ଯେଉଁଠି ରାତି ହୁଏ ସେଇଟି ରାତ୍ରୀ ଯାପନ କରୁ ଆମେ।ଆମର ଘର ନାହିଁ ଆମେ ରହିବୁ କେଉଁ ଠି ବୋଲି ଓଲଟା ପ୍ରଶ୍ନ କରିଛନ୍ତି।ଆମ ଘର ବାରିପଦା ହୋଇଥିବା ବେଳେ ଫାଇଲିନ ବାତ୍ୟା ରେ ଆମ ଘର ଭାଙ୍ଗି ଯାଇଥିବାରୁ ଆମେ ବାରବୁଲା ହୋଇ ବୁଲୁଛୁ। କଣ କରିବା କହି ଜରି ଓ ପୁରୁଣା ବଟଲ ସଂଗ୍ରହ କରି ବିକି ପେଟ ପୋଷୁ।କିଛି ନପାଇଲେ ଭିକ୍ଷା ବୃତି କରି ଚଳୁ। ବାଙ୍ଗିରିପୋଷି ବ୍ଲକରେ ଆଜକୁ ଏକ ବର୍ଷ ହେବ ରହି ଆସୁଛୁ। ପ୍ରଥମେ ରେଳ ଷ୍ଟେସନ ରେ ଶୋଉଥିଲୁ। ସେଠାରେ ଜିଆରପି ପୋଲିସ ଘଉଡାଇବାରୁ ଏଠି ସେଠି ରାତି ସମୟରେ ଶୋଇ ଯାଉ। ରାତିରେ ଶୋଇଥିବା ସମୟରେ ମା କୋଳରୁ ଗୋଟିଏ ଦୁଇ ବର୍ଷ ର ଝିଅ କୁ କେହି ଦୁର୍ବୁ ତ ନେଇଯିବା ଘଟଣା ସମସ୍ତ ଙ୍କୁ ମର୍ମାହତ କରିଛି। ତୁରନ୍ତ ଅପରାଧୀ କୁ ଧରାଯାଉ ବୋଲି ବାଙ୍ଗିରିପୋଷି ଜନସାଧାରଣ ତରଫରୁ ଦାବି କରାଯାଇଛି। ଏ ସମ୍ପର୍କରେ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ କୋୖଣସି ମାମଲା ଥାନା ରେ ହୋଇନଥିବା ଜଣାପଡିଛି। ଥାନା ବାଲ୍ଳା କୁଆଡେ କହିଛନ୍ତି ଲିଖିତ ଅଭିଯୋଗ କଲେ କାର୍ଯ୍ୟନୁଷ୍ଠାନ ହେବ। ଲେଖା ପଢା ଜାଣି ନଥିବା ମା କିିିପରି ଥାନା ରେ ଅଭିଯୋଗ କରିିବ ଚିନ୍ତା ରେ ଅଛି। ଏପଟେ ଛୁଆ ସେପଟେ ଏତଲା। ଥାନା ଅଧିକାରୀ ସଂଞୟ ପରିଡ଼ା କହନ୍ତି ମୁଁ ନିର୍ବାଚନ ଡିଉଟି ରେ ଅଛି ଥାନା ପହଞିଲେ ଘଟଣା କଣ ଜଣାପଡିବ।

ସମ୍ବନ୍ଧିତ ଖବର