ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

ଖୋର୍ଦ୍ଧା: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜଟଣୀ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ଅଂଚଳରେ ବାଲ୍ୟ ବିବାହ ବନ୍ଦ କରିବା, ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସେବା ଯୋଗାଇଦେବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଶିଶୁ ଅଧିକାର, ସୁରକ୍ଷା ଓ କିଶୋର ନ୍ୟାୟ ଆଇନ ୨୦୧୫, ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ ବ୍ଲକସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ବନ୍ଦନା କୁମାରୀ ଦେବୀ, ସିଡବ୍ଲୁସି ସଭ୍ୟା କାନ୍ତା ମହାନ୍ତି, ମାନସୀ ପାଢ଼ୀ ଓ ଆଇସିଡିଏସରେ ସମସ୍ତ ସୁପରଭାଇଜର ଯୋଗ ଦେଇଥିଲେ ।

ଏହି ଅବସରରେ ୮ଜଣ ମାତୃପିତୃହୀନ ଶିଶୁଙ୍କୁ ସିଡବ୍ଲୁସିଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ସମାଜକର୍ମୀ ରଂଜନ କୁମାର ଗୋଚ୍ଛାୟତ, ରୀତାଂଜଳି ମହାନ୍ତି ଓ ଭୈରବୀ କ୍ଲବର ସଂଯୋଜିକା ସଂଧ୍ୟାରାଣୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର