ନିଶ୍ଚିନ୍ତକୋଇଲି: ସରକାରୀ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ନିଶ୍ଚିନ୍ତକୋଇଲି ବ୍ଲକ୍ ବାଲିଆପଦା ପଞ୍ଚାୟତ ଅନ୍ତର୍ଗତ ପଞ୍ଚସରଙ୍ଗ ବଳରାମପୁର ଗ୍ରାମର ଅଶିଷ କୁମାର ବସନ୍ତରାୟଙ୍କ ଝିଅ ସୌମ୍ୟାଶ୍ରୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରାଷ୍ଟ୍ରପତି ଭବନରୁ ଏହାର ପ୍ରତ୍ୟୁତ୍ତର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଆସିଥିଲା। ସୌମ୍ୟଶ୍ରୀଙ୍କ ପାଖକୁ ମଧ୍ୟ ଏହାର ନକଲ ପଠା ଯାଇଥିଲା। ସୌମ୍ୟାଶ୍ରୀଙ୍କ ଗୁହାରୀ ରାଷ୍ଟ୍ରପତି ଶୁଣିଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଘର ନିକଟ ଏକ ପବ୍ଲିକ୍ ସ୍କୁଲ୍ରେ ସୌମ୍ୟାଶ୍ରୀ ଷ୍ଟାଣ୍ଡାର୍ଡ ୪ରେ ଅଧ୍ୟୟନ କରୁଛନ୍ତି। ଗାଁ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଆବଶ୍ୟକ ଅଭିଜ୍ଞ ଶିକ୍ଷକ ନ ଥିବା ଏବଂ ଶିକ୍ଷା ବ୍ୟବସ୍ଥା ଠିକ୍ ନ ଥିବାରୁ ପରିବାର ଲୋକ ତାଙ୍କୁ ପବ୍ଲିକ୍ ସ୍କୁଲ୍ରେ ପାଠ ପଢ଼ାଇବାକୁ ବାଧ୍ୟ ହୋଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ବିଜ୍ଞାପନ ପାଇଁ ଖର୍ଚ୍ଚ କରୁଥିବା କୋଟିକୋଟି ଟଙ୍କା ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଲଗାଇବାକୁ ସୌମ୍ୟାଶ୍ରୀ ଅନୁରୋଧ କରି ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିଲେ। ରାଷ୍ଟ୍ରପତି ଭବନରୁ ପ୍ରତ୍ୟୁତ୍ତର ଆସିବା ପରେ ତାଙ୍କ ଅନୁରୋଧ କାର୍ଯ୍ୟକାରୀ ହେବ ବୋଲି ସୌମ୍ୟାଶ୍ରୀ ଆଶାପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/7-4.jpg)