ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ବାଣପୁର ଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ ବାଲ୍ୟ ବିବାହ ନିଷେଧ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରଂଜିତା ସେଠୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଶିଶୁ ସୁରକ୍ଷା କମିଟି, ବାଲ୍ୟ ବିବାହ ନିଷେଧ, ଶିଶୁ ଶ୍ରମିକ ନିରୋଧ ଆଇନ ଓ ଶିଶୁଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ବଳ ବ୍ୟକ୍ତି ଭାବେ କାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦିକା ମଂଜୁପ୍ରଭା ଧଳ ବାଲ୍ୟ ବିବାହକୁ କିଭଳି ଲୋକଙ୍କ ସହାୟତାରେ ରୋକା ଯାଇପାରିବ ସେନେଇ ବୁଝାଇଥିଲେ।

ସିଡିପିଓ ସରଯୁବାଳା ଆଚାର୍ଯ୍ୟ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନିରୀକ୍ଷକ ଡଃ. ରମାକାନ୍ତ ନାୟକ, ଏବିଇଓ ସଂଧ୍ୟାରାଣୀ ହରିଚନ୍ଦନ, ସରପଂଚ ଅଜୟ କୁମାର ମହାରଥା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ରଂଜନ କୁମାର ଗୋଚ୍ଛାୟତ, ନେହେରୁ ସେବାକେନ୍ଦ୍ରର ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ତ୍ରିପାଠୀ, ପରାମର୍ଶଦାତ୍ରୀ ଚିନ୍ମୟୀ ସାମନ୍ତରାୟ, ପୁଷ୍ପାଂଜଳି ଦାସ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର