କୋରାପୁଟ : କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଏସଏନସିୟୁରୁ ନବଜାତ ଶିଶୁକନ୍ୟା ଗାୟବ ଘଟଣାରେ ଟାଉନ ପୁଲିସକୁ ବଡ ସଫଳତା ମିଳିଛି। ୪୮ ଘଣ୍ଟା ମଧ୍ୟରେ ପୁଲିସ ଘଟଣାରେ ସମ୍ପୃକ୍ତ ରହିଥିବା ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପରିବାରବର୍ଗଙ୍କୁ ୭ଦିନର ଶିଶୁକନ୍ୟାକୁ ଉଦ୍ଧାର କରି ହସ୍ତାନ୍ତର କରିଛି ।  ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲ୍ଲା ସିଲଟାଗୁଡା ଗାଁର ବଙ୍ଗାରୀ ଗୌଡ (୪୫), ବାସନ୍ତି ଗୌଡ (୪୮), ତେନ୍ତୁଳିଖୁଣ୍ଟି କଙ୍ଗାରି ଗାଁର ଟୁନା ହରିଜନ (୩୫), ବି.ସିଂହପୁର ମୁଣ୍ଡାଗୁଡା ଅଞ୍ଚଳର ହେମନ୍ତ ମହୁରିଆ (୩୮) ଓ ରଞ୍ଜିତା ମହୁରିଆ (୨୮)। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏହି ଘଟଣାରେ ପୁଲିସ ଅଭିଯୋଗକାରୀ ନରସିଂହ ଗୌଡ଼ଙ୍କର ଦୁଇଜଣ ସମ୍ପର୍କୀୟ ରହିଛନ୍ତି । ଶାଶୂ ବଙ୍ଗାରୀ ଗୌଡ ଓ ଦେଢଶାଶୂ ବାସନ୍ତି ଗୌଡ। ଶିଶୁକନ୍ୟାକୁ ଏହିମାନେ ହିଁ ଗାଏବ କରିବାରେ ସହଯୋଗ କରିଥିବା ନେଇ କୋରାପୁଟ ଏସଡିପିଓ ଗୁଣନୀଧି ମଲ୍ଲିକ ଓ ଟାଉନ ଥାନାଧିକାରୀ ଧୀରେନ୍ ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି।

Advertisment

ମିଳିଥିବା ରିପୋର୍ଟ ମୁତାବିକ, ଗତ ୯ତାରିଖ ସକାଳେ ନରସିଂହଙ୍କ ପତ୍ନୀ ତୁଲସିନା ପାମ୍ପଡାହାଣ୍ଡି ମେଡିକାଲରେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ। ପ୍ରସବ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ ଏସଏଲଏନ ମେଡିକାଲ କଲେଜହସ୍ପିଟାଲକୁ ନେଇଥିଲେ। ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତୁଲସିନାକୁ ୧୦ ତାରିଖରେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ କୋରାପୁଟରେ ଡା. ତୁଲସିନାକୁ ମୃତ ଘୋଷଣା କରିଥିଲେ। ଏହି ସମୟରେ ସମ୍ପର୍କୀୟଙ୍କ ସହ ତେନ୍ତୁଳିଖୁଣ୍ଟି କଙ୍ଗରା ଅଞ୍ଚଳର ଟୁନା ହରିଜନଙ୍କ ନରସିଂହଙ୍କର ଦେଖାସାକ୍ଷାତ ହୋଇଥିଲା। ଏହି ସମୟରେ ନରସିଂହ ଏନେଇ ଟୁନାକୁ ସବୁ କହିଥିବାବେଳେ ଟୁନା ଶିଶୁଟିକୁ ମନ୍ଦ ଉଦ୍ଧେଶ୍ୟ ରଖି ହଡପ କରିବାକୁ ଯୋଜନା କରିଥିଲା। ଏହି ସମୟରେ ମେଡିକାଲ କାମରେ ଆସିଥିବା ବି.ସିଂହପୁର ଅଞ୍ଚଳ ମୁଣ୍ଡାଗୁଡା ହେମନ୍ତ ଓ ରଞ୍ଜିତାଙ୍କ ସହ ଦେଖାହୋଇଥିଲା ଟୁନାଙ୍କର। ଏକ ଶିଶୁ ନେବାକୁ ସେ ଏହି ଦୁଇ ଦମ୍ପତ୍ତିଙ୍କ ସହ ମିଶି ଡେଯନ୍ତର ରଚିଥିଲା। ଏହାପରେ ମୃତକଙ୍କ ନାମ ଓ ଠିକଣା ଆଦାୟ କରି ଓପିଡିରେ ଟିକଟ କରିଥିଲା ଟୁନା ଓ ମହୁରିଆ ଦମ୍ପତ୍ତି। ଏହାସହ ଦୁଇ ଶାଶୂଙ୍କ ସହ ମିଶି ପିଲାଟିକୁ ହାତେଇଥିଲେ।
ପରଦିନ ପତ୍ନୀଙ୍କ ଶେଷକୃତ୍ୟ ସାରି ନରସିଂହ ୧୧ ତାରିଖରେ କୋରାପୁଟ ଫେରି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଏସଏନସିୟୁରେ ନିଜ ଶିଶୁ ପୁତ୍ରକୁ ଖୋଜିଥିଲେ କିନ୍ତୁ ପାଇନଥିଲେ। ନରସିଂହ ମେଡିକାଲ୍ କର୍ମଚାରୀଙ୍କୁ ଛୁଆ କଥା ପଚାରିବାରୁ କେହି କୌଣସି ଉତ୍ତର ନଦେବାରୁ ସେ ବାଧ୍ୟ ହୋଇ ପୁଲିସର ସହାୟତା ନେଇଥିଲେ। ପୁଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ୪୨/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ସିସିଟିଭି ଯାଞ୍ଜ କରିବା ପରେ କିଛି ସୁରାକ ପାଇ ନ ଥିଲା ପୁଲିସ। ପରେ ସମୟକୁ ଟାଲ୍ଲି କରିବା ପରେ ଗୋଟିଏ ପରେ ଗୋଟିଏ ସୂତା କ୍ଷିଅକୁ ପାଇଥିଲା। ଏହାପରେ ମେଡିକାଲ କତ୍ତୃପକ୍ଷ ଓ ଦୁଇ ସମ୍ପର୍କୀୟ ଶାଶୂଙ୍କୁ ପଚାରିବା ପରେ ସବୁ ତଥ୍ୟ ପାଇଯାଇଥିଲା। ଟୁନା ପ୍ରଥମେ ମହୁରିଆ ଦମ୍ପତ୍ତିଙ୍କ ସହଯୋଗରେ ପ୍ରଥମେ ଶିଶୁଟିକୁ ନେଇ ମୁଣ୍ଡାଗୁଡା ଯିବା ପରେ କୁନ୍ଦୁରା ଅଞ୍ଚଳର ସୁରେନ୍ଦ୍ର ଗୋଲାପ ଓ ପବିତ୍ରା ଗୋଲାପଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଫୁଫୁଗାଁରୁ ଶିଶୁଟିକୁ ଡିସିପିଓଙ୍କ ସହ ଉଦ୍ଧାର କରିଥିଲା। ଆଜି ପୁଲିସ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।