ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ରହିଥିବା ସ୍ବାଭିମାନ ଅଂଚଳରେ ଗତ ୨୦୨୦ ମସିହା ମାର୍ଚ୍ଚ ୩୧ପରେ ପିଲାମାନେ ନିଜର ମାତା, ପିତା କିମ୍ବା ଦୁହେଁଙ୍କୁ ହରାଇଛନ୍ତି, ସେହି ପିଲାଙ୍କୁ ଥଇଥାନ ପାଇଁ ଶିଶୁ ମଙ୍ଗଳ ସମିତି ଏବଂ ଶିଶୁ ସୁରକ୍ଷା ବିଭାଗ ତରଫରୁ ଏକ ଶିବିର ଆୟୋଜିତ ହୋଇଥିଲା। ଶିଶୁ ମଂଗଳ ସମିତି ତରଫରୁ ସ୍ବାଭିମାନ ଅଂଚଳରେ କ୍ୟାମ୍ପ କୋର୍ଟ କରାଯାଇଥିଲା। କୋଭିଡ ସମୟରେ ପିତା, ମାତା କିମ୍ବା ଦୁହେଁଙ୍କୁ ହରାଇଥିବା ଶିଶୁ ମାନଙ୍କୁ ଥଇଥାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ୨ ସପ୍ତାହ ମଧ୍ୟରେ ଶିଶୁ ମାନଙ୍କୁ ଥଇଥାନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଏହି ଆଦେଶ ପାଇବା ପରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, ସଦସ୍ୟା ଚୁମକି ବେହେରା, ସୁନାକର ପାଲ, ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ସୁଦେସ୍ନା ରାଉତ, ଶିବ ଦାସ ନାୟକ, ରାଜଲକ୍ଷ୍ମୀ ପ୍ରଧାନ, ଚାଇଲ୍ଡ ଲାଇନର ନିର୍ଦେଶକ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ କର୍ମଚାରୀ କ୍ୟାମ୍ପ କୋର୍ଟ ମାଧ୍ୟମରେ ଶିଶୁମାନଙ୍କୁ ଥଇଥାନ କରିବାରେ ସହଯୋଗ କରିଛନ୍ତି।
ତେବେ ଇତିମଧ୍ୟରେ ୧୪୮୫ଟି ଶିଶୁଙ୍କୁ ଅଙ୍ଗନବାଡି କର୍ମୀଙ୍କ ମାଧ୍ୟମରେ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ୨୫୦୦, କେବଳ ପିତା କିମ୍ବା ମାତାଙ୍କୁ ହରାଇଥିବା ଶିଶୁଙ୍କୁ ୧୫୦୦, ଓ ୧୦୦୦ ଟଂକା ଆଶୀର୍ବାଦ ଯୋଜନାରେ ପ୍ରଦାନ କରିବା ସହ ଶିଶୁମାନେ କିପରି ଶିକ୍ଷା, ସ୍ବାସ୍ଥ୍ୟ ସହ ଅନ୍ୟାନ୍ୟ ସୁବିଧା ପାଇପାରିବେ ସନେଇ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାପାଳ ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଶିଶୁ ମାନେ କିପରି ସମାଜରେ ମର୍ଯ୍ୟଦାର ସହ ବଞ୍ଚିବା ସହ ଆଗାମୀ ଦିନରେ ଜଣେ ସୁନାଗରିକ ହୋଇ ବାହାରିବେ ସନେଇ ସମସ୍ତ ପଦକ୍ଷେପ ନେଇଛନ୍ତି। କ୍ୟାମ୍ପ କୋର୍ଟରେ ଶିଶୁ ମାନେ ଯେପରି ସୁବିଧାରେ ପହଞ୍ଚିବେ ସେନେଇ ଜିଲ୍ଲାପାଳ ସମନ୍ବିତ ଶିଶୁ ବିକାଶ କେନ୍ଦ୍ରର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Mkg-Swabhiman-Area-re-Camp-court.jpg)