କୋରାପୁଟରେ ଆଣ୍ଠେଇଲାଣି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ଅ…ଆ… ଛାଡିଛନ୍ତି ୪୭୭୧ ଛାତ୍ରଛାତ୍ରୀ

କୋରାପୁଟ: ବହି ଅଛିି, ବସ୍ତାନି ଅଛି, ସ୍କୁଲ ବି ଅଛି। ହେଲେ ପଢିବାକୁ ନାହାଁନ୍ତି ଛାତ୍ରଛାତ୍ରୀ। କରୋନାର କହର ଏପରି ଓଡିଶାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି ଯେ ଟଳମଳ ହୋଇଛି କୋରାପୁଟ ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। କରୋନା କେବଳ ଜନଜୀବନକୁ ପ୍ରଭାବିତ କରିନାହିଁ। ବଂର ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛିି। ସଂକ୍ରମଣ ଭୟରେ ଦୀର୍ଘ ଦୁଇବର୍ଷ ହେଲାଣି ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଥିବାରୁ ସ୍କୁଲ ମାଡ଼ି ନାହାଁନ୍ତି ଛାତ୍ରଛାତ୍ରୀ। ସରକାର ଶିକ୍ଷା ବିକାଶ ସହ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚିନ୍ତନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।

ଶିକ୍ଷା ବର୍ଷ ଆରମ୍ଭରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସର୍ଭେ ଦେଇଛି ଭିନ୍ନ ତଥ୍ୟ। ତଥ୍ୟ ଅନୁସାରେ ପ୍ରାଥମିକ ସ୍କୁଲରେ ପଢୁଥିବା ପ୍ରାୟ ୪୭୭୧ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି। ସେହିପରି ୧୬ ବର୍ଷରୁ ୧୮ ବର୍ଷ ମଧ୍ୟରେ ଅଧ୍ୟୟନ କରୁଥିବା ୯୨୨୦ ଛାତ୍ରୀ ସ୍କୁଲ ଛାଡି ଏବେ କେଉଁଠି ରହିଛନ୍ତିି ତାହାର ଟେର ପାଉନି ଶିକ୍ଷା ବିଭାଗ। କରୋନା କଳାରେ ଶିକ୍ଷା ବ୍ୟବସ୍ଥାରେ ଏପରି ଅସଙ୍ଗତି ସରକାରଙ୍କ ପାରିବା ପାଣିବାକୁ ପଦାରେ ପାଇଇଛି। ପୁଣି ଏଭଳି ପରିସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧାରୁ ପାଠ ଛାଡିଥିବା ପିଲାଙ୍କ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଇବାରରେ ଲାଗିଛି। କିଏ ଦିନ ମଜୁରୀକୁ ଯାଉଛି ତ କିଏ ଗାଈ ଚରାଇବାକୁ ଯାଉଛି।

ରାଜ୍ୟରେ ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରହିଥିବାବେଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଢିଲା ହେଉଥିବାବେଳେ ସବୁ ବିଦ୍ୟାଳୟରେ ଝୁଲୁଛି ତାଲା। ସେଥିଯୋଗୁଁ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଅଧାରୁ ପାଠ ଛଡ଼ା ବା ଡ୍ରପଆଉଟ ଛାତ୍ରଛାତ୍ରଙ୍କ ସଂଖ୍ୟା ଅହେତୁକ ଭାବେ ବଢିବାରେ ଲାଗିଛି। ଖାଲି ଯେ ବଢିଛି ତାହା ନୁହେଁ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଦାଣ୍ଡରେ ପଡି ହାଟରେ ପକାଇଛି।

Sambad

ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଶ୍ରେଣୀକୁ ଯାଇ ଶିକ୍ଷା ଗ୍ରହଣ କରୁଥିବାବେଳେ ଆସନ୍ତା ୨୫ ତାରିଖର ଖୋଲିବ ଅଷ୍ଟମ ଶ୍ରେଣୀ। ଚିନ୍ତା ଏବେ ବଢାଉଛି ପ୍ରଥମରୁ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରଙ୍କ ପାଠପଢା। ଜିଲ୍ଲାରେ ଏବେ ୧ ରୁ ୧୮ ବର୍ଷ ଯାଏ ରହିଥିବା ୧୪୦୦୦ ଛାତ୍ରଛାତ୍ରୀ ଡ୍ରପଆଉଟ ହୋଇଥିବାରୁ ଓଡି଼ିଶା ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। କୋରାପୁଟ ପରି ଆଦିବାସୀ ଅଞ୍ଚଳରେ ପ୍ରଥମେ ଅନଲାଇନ ଶିକ୍ଷା ଆରମ୍ଭ କରିଥିଲେ। କିନ୍ତୁ ନେଟୱାର୍କ ସମସ୍ୟା ହୋଇଥିବା ସବୁ ଛାତ୍ରଛାତ୍ରୀଙ୍କ ପକ୍ଷରେ ସ୍ମାର୍ଟ ଫୋନ ନ ଥିବାରୁ ଏହି ଡ୍ରପଆଉଟ ସଂଖ୍ୟା ଆଗକୁ ବଢିବାରେ ଲାଗିଛି। କୋରାପୁଟ ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କ ଶିକ୍ଷା ସଂଯୋଗ ଓ ଉତ୍କର୍ଷ ପରି ଯୋଜନାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇଥିବା ବେଳେ କିନ୍ତୁ ବୃଦ୍ଧି ପାଇଛି ଡ୍ରପଆଉଟଙ୍କ ସଂଖ୍ୟା।

କୋରାପୁଟ ଜିଲ୍ଲା ୧୪ଟି ବ୍ଲକରେ ମୋଟ ୪୭୭୧ ଜଣ ୬ରୁ ୧୪ ବର୍ଷର ଅଧାରୁ ପାଠ ଛାଡିଥିବା ଡ୍ରପଆଉଟ ଛାତ୍ରଛାତ୍ରୀ ରହିଥିବାବେଳେ ସର୍ବାଧିକ ଭାବେ ବୈପାରିଗୁଡା ବ୍ଲକରେ ୭୨୧, ଦଶମନ୍ତପୁର ୬୦୩, ବୋରିଗୁମ୍ମା ୫୨୧, ଜୟପୁର ୪୮୫, ଲମତରପୁଟ ୩୮୩ ବ୍ଲକ ରହିଥିବା ବେଳେ ଜୟପୁର ପୌରାଞ୍ଚଳରେ ୫୧, କୋଟପାଡ ଏନଏସିରେ ୧୨ସୁନାବେଢା ସହରାଞ୍ଚଳରେ ସର୍ବାଧିକ ୭୩ ଜଣ ଡ୍ରପଆଉଟ ରହିଥିବା ଜଣାପଡିଛି। ଅନୁରୂପ ଭାବେ ୧୫ରୁ ୧୬ ବର୍ଷ ମଧ୍ୟରେ ୧୪ଟି ବ୍ଲକରେ ୯୨୨୦ ଜଣ ଡ୍ରପଆଉଟ ରହିଥିବାବେଳେ ବୈପାରିଗୁଡାରେ ୧୦୮୪, ବୋରିଗୁମ୍ମାରେ ୧୪୨୩, ଜୟପୁରରେ ୧୧୧୩, କୋଟପାଡରେ ୬୪୨, ଲକ୍ଷ୍ମୀପୁରରେ ୫୯୫, ନନ୍ଦପୁରରେ ୪୯୯, ଲମତାପୁଟ ୪୭୭ ଜଣ ଡ୍ରପଆଉଟ ରହିଛନ୍ତି।

Sambad

ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଓ ଅପହଞ୍ଚ ଇଲାକାରେ ନେଟୱାର୍କ ସମସ୍ୟା ସହ ଗରିବୀ ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ତେବେ ସବୁଠୁ ବଡକଥା ହେଲା ଜିଲ୍ଲାରେ ରହିଥିବା ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନକୁ କଡ଼ା କରା ଯାଇଥିବାବେଳେ କମ୍ ଦରମା ନେଇ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ହେଲେ ସରକାରୀ ସ୍କୁଲରେ ଦରମା ନେଇ ଏପରି ଚୁପ ବସି ଆଦିବାସୀ ବହୁଳ ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରିଦେବା ଜନସାଧାରଣରେ ନାନା ପ୍ରଶ୍ନ ଉଠିଛି। ଏନେଇ ଡିଇଓ ରାମଚନ୍ଦ୍ର ନାହାକ କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ କିପରି ସଜଡା ଯିବ ସେନେଇ ସବୁବେଳେ ଚେଷ୍ଟା କରୁଛୁ। ଅପହଞ୍ଚ ଇଲାକାରେ ଆମେ ପହଞ୍ଚି ସେବା ଦେଉଛୁ। ଏହାସହ ଶିକ୍ଷା ସରଳ ଓ ଉତ୍କର୍ଷ ପରି ଯୋଜନାକୁ ଲାଗୁ କରି ଘରକୁ ଘର ଯାଇ ଶିକ୍ଷା ଦେଉଛି। ଜିଲ୍ଲାରେ ଯଦିଓ ଡ୍ରପଆଉଟ ଛାତ୍ରଛାତ୍ରୀ ରହିଛନ୍ତି ସେମାନଙ୍କୁ ପୁଣିଥରେ ବହିମନସ୍କ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର