ପୁଣି ବଢିଲା ଶୀତ: ଫୁଲବାଣୀ ୫.୫, ଦାରିଙ୍ଗବାଡି ୬.୫

ଫୁଲବାଣୀ : ପାରଦ ପୁଣି ଖସିଲା। ଆଉ ଶୀତ ବଢିଲା । ୨-୩ ଦିନ ହେଲା ଶୀତ ଟିକେ କମିଥିଲା। ହେଲେ ଗତକାଲି ରାତିରୁ ପୁଣି ଶୀତ ବଢିଛି। କନ୍ଧମାଳରେ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ଶୀତ ଲାଗି ରହିଥିଲା। :ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୀତର ପ୍ରକୋପ କମିଥିଲା। ତାପରେ ୫ଟା ପରେ ପୁଣି ଶୀତ ମାଡି ଆସିଲା। ଫୁଲବାଣୀର ତାପମାତ୍ରା ୫.୫ ରହିଛି । ସେହିଭଳି  ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ତାପମାତ୍ରା ୬.୫ ରହିଛି। ଶୀତ ପାଇଁ କନ୍ଧମାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ହେଲେ କେତେକ ପର୍ଯ୍ୟଟନ ସ୍ଥଳିକୁ ଯିବାକୁ ଅନୁମତି ମିଳୁ ନଥିବାରୁ ଏହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୩୦ ତାରିଖରୁ ଶୀତ ଆହୁରି ବଢିବ। ଏ ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ କନ୍ଧମାଳକୁ ୟଲୋ ୱାଣ୍ଟିଂ ଜାରି କରାଯାଇଛି। ଶୀତ ଦ୍ବାରା ଯେଭଳି କାହାର କିଛି କ୍ଷତି ନ ହୁଏ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର