ଜୟପୁର: ଆଜି ଖ୍ରୀଷ୍ଠଧର୍ମାବଳମ୍ବୀ ମାନେ ‘ଯିଶୁଙ୍କ ଧରାବତାରଣ’ ଦିବସ ସହରର ବିଭିନ୍ନ ଚର୍ଚ୍ଚ ଗୁଡିକରେ ପାଳନ କରାଯାଇଛି। ଗତ ୨ବର୍ଷ ହେବ କରୋନା କଟକଣା ଯୋଗୁଁ ଲୋକେ ଏହି ଉତ୍ସବକୁ ଘର ମଧ୍ୟରେ ପାଳନ କରିଥିଲେ। ଏଥର ହର୍ଷଉଲ୍ଲାସର ସହ ଚର୍ଚ୍ଚକୁ ଆସି ସମୁହ ପ୍ରାର୍ଥନା କରିବା ସହ ପରସ୍ପର ପରସ୍ପରକୁ ଶୁଭେଚ୍ଛା ଜ୍ଞାପନ କରି ବଡ଼ଦିନ ପାଳନ କରିଛନ୍ତି। ଘର ଗୁଡିକୁ ରଙ୍ଗ ଦେବା ସହ ରଙ୍ଗୀନ ଆଲୋକସଜ୍ଜା କରିଥିବା ଦେଖିବାକୁ ମିଳିଛି। ସେଭଳି ଜେଇଏଲସି ଚର୍ଚ୍ଚ ସହ ଅନ୍ୟାନ୍ୟ ଚର୍ଚ୍ଚ ଗୁଡିକରେ ରଙ୍ଗୀନ ଆଲେକସଜ୍ଜାରେ ସୁସଜ୍ଜିତ କରାଯାଇଛି। ‌ ସେଭଳି ଆଜି ସକାଳୁ ସ୍ଥାନୀୟ ଜେଇଏଲସି ଚର୍ଚ୍ଚକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ଉପାଧ୍ୟକ୍ଷା ବି.ସୁନିତା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ପ୍ରମୁଖ ଯୋଗ ଦେଇ ବଡ଼ଦିନର ଶୁଭେଚ୍ଛାବାର୍ତ୍ତା ସମସ୍ତଙ୍କୁ ଦେଇଥିଲେ।

Advertisment

publive-image Sambad

ଚର୍ଚ୍ଚର ଡିନ୍ ହିମାଂଶୁ ଶେଖର ଚାନ୍ଦ, ରେଭରାନ ହେଲେନ୍ ଚାନ୍ଦ, ସ୍ଥାନୀୟ ପାଷ୍ଟର ନିର୍ମଳ ଖୋସ୍ଲା, ଜେଇଏଲସି ସଂପାଦକ ପ୍ରପୁଲ୍ଲ କୁମାର ଭତ୍ରା, ଖ୍ରୀଷ୍ଠୀୟ ଗ୍ରାମପଂଚାୟତ ସଭାପତି ସୁଧାଂଶୁ ସୀତାରାମ,ସଂପାଦକ ନିରୁପ ପିଲିପ୍, ଉପସଭାପତି ତଥା କାଉନସିଲର ପ୍ରଣବ କିଶୋର ନାୟକ, ଏମଡି ଜ୍ୟୋର୍ତିମୟ, ମଲୟ କୁମାର ଚିଛାଂଣୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେଭଳି ଆସନ୍ତାକାଲି ଠାରୁ ବଡ଼ଦିନ ଉତ୍ସବ ଅବସରରେ ଜେଇଏଲସି କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ୭ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।