ଜୟପୁରରେ ବଡଦିନ ପାଳିତ: କୋଭିଡ୍ କଟକଣା ଫୁ

ଜୟପୁର: ଜୟପୁରରେ ବଡଦିନ ପର୍ବ ହର୍ଷଉଲ୍ଲାସ ସହ ପାଳିତ ହୋଇଯାଇଛି। ସହରରେ ବସବାସ କରୁଥିବା ଖ୍ରୀଷ୍ଟଧର୍ମର ଭାଇ ଭଉଣୀ ମାନେ ପାରମ୍ପରିକ ଢଙ୍ଗରେ ବଡଦିନ ଟିକୁ ପାଳନ କରିବା ସହ ଏଠାରେ ରହିଥିବା ଗୀର୍ଜା ଗୃହ ଗୁଡିକରେ ସମବେତ ପ୍ରାର୍ଥନା କରିଥିଲେ। ଗତ କାଲି ରାତିରୁ ଗୀର୍ଜା ଗୃହ ଗୁଡ଼ିକ ଚଳଚଂଚଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ନଅ ମାସ ପରେ ଗୀର୍ଜାଗୁଡ଼ିକ ଆଜି ଖୋଲାଯାଇଥିବାରୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଖୁସି ଜାହିର୍ କରିଛନ୍ତି। ତେବେ କୋଭିଡ୍ କଟକଣା ଏଠାରେ କିଛି କାମ କରୁଥିବା ଦେଖିବାକୁ ମିଳି ନଥିଲା।

ସକାଳ ଠାରୁ ସଂଧ୍ୟାରେ ପ୍ରବଳ ଭୀଡ଼୍ ଦେଖିବାକୁ ମିଳିଥିଲା। ଯଦିଓ ନାଚଗୀତର ଆୟୋଜନ କରାଯାଇନଥିଲେ ହେଁ ସ୍ଥାନୀୟ ଖ୍ରୀଷ୍ଠୀୟାନ ପେଟ୍ଟା ଚାରିପଟେ ରଂଗୀନ ଆଲୋକ ସଜ୍ଜା ସାଙ୍ଗକୁ ବଡ ବଡ ତାରା ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଜଇଲୁମ୍ (ଜେଇଏଲସି) ଚର୍ଚ୍ଚର ବିଶପ୍ ଅଶିଷ ପାଲ, ଡିନ୍ ମନୋଜ କୁମାର ନାୟକ, ଲୋକାଲ ପାଷ୍ଟର ହେଲେନ୍ ଚାନ୍ଦ, ସରୋଜ କୁମାର ମୁନି ବିଭିନ୍ନ ପ୍ରାର୍ଥନା ସଭା ଗୁଡ଼ିକରେ ବାଇବଲର ବିଭିନ୍ନ ବାଣୀ ପଢ଼ି ଶୁଣାଇବା ସହ ଦିନଟିକୁ ପାଳନରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।

ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଅବସରରେ ଚର୍ଚ୍ଚକୁ ଯାଇ ସମସ୍ତଙ୍କୁ ଶୁଭେଛା ଜଣାଇବା ସହ କରୋନା ମୁକ୍ତ ବିଶ୍ବ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଥିଲେ। ପୂର୍ବତନ କାଉନସିଲର ପ୍ରପୁଲ୍ଲ କୁମାର ଭତ୍ରା, ମଳୟ ଚିଂଛାଣୀ, ପ୍ରଣବ କିଣୋର (ଟିଙ୍କୁ) ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସଂଧ୍ୟାରେ ପ୍ରବଳ ଭିଡ଼ ହେବା ସହ ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ବରେ ଶହ ଶହ ବାଇକ, କାର ଆଦି ଜମା ହୋଇ ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର