ଝାରସୁଗୁଡ଼ା: ଝାରସୁଗୁଡ଼ା ଗାନ୍ଧୀ ଛକ ନିକଟ ପୁରୁଣା ବସଷ୍ଟାଣ୍ଡ ପରିସରରେ ଜିଲ୍ଲାର ବହୁ ସାମାଜିକ ସଙ୍ଗଠନ ଏକତ୍ରିତ ହୋଇ ତାକୁ ସିଟି ବସଷ୍ଟାଣ୍ଡ ଘୋଷଣା ତଥା ଜିଲ୍ଲାର ଗ୍ରାମାଞ୍ଚଳକୁ ସମସ୍ତ ବସ୍ ଚଳାଚଳ କରିବାକୁ ଦାବି କରିଛନ୍ତି। ବସଷ୍ଟାଣ୍ଡ ବଣିକ ସଂଘ ସଭାପତି ଅର୍ଜୁନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ନିଷ୍ପତ୍ତି ହୋଇଥିଲା। ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ, ସହର ବଣିକ ସଂଘ ସଭାପତି ହୀରାଲାଲ ଲୋକଚନ୍ଦାନି, ଲୋକମୁକ୍ତି ସଂଗଠନ ଆବାହକ ଅନନ୍ତ ପଣ୍ଡା, ଆଇନଜୀବୀ ସାଧନା ପାଣ୍ଡେ, ସନ୍ଦୀପ ଅବସ୍ତି ଓ ମହେନ୍ଦ୍ର କେଡିଆ, ଶ୍ରମିକ ନେତା ଗଜେନ୍ଦ୍ର ମାଝୀ, ସାରଙ୍ଗଧର ମିଶ୍ର, ଗୌରୀ ଶଙ୍କର ପାତ୍ର, ବାସୁଦେବ ଧୁରୁଆ, କୃଷକ ସଂଗଠନର ସୁରେନ୍ଦ୍ର ସାହୁ, ଆଦିବାସୀ ମହିଳା ନେତ୍ରୀ ସଞ୍ଜୁଲତା ନାୟକ, ସମ୍ମିଳିତ ଆଦିବାସୀ ସମାଜ ନେତା ରତ୍ନାକର ପ୍ରଧାନ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଜିଲ୍ଲା ସଭାପତି ପଦ୍ମଲୋଚନ ବୁଡୁଲା, ବିଶ୍ଵ ମାନବ ଅଧିକାର ସୁରକ୍ଷା ସଂଗଠନ ସମ୍ପାଦକ ମଦନ ମୋହନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବିଜୟ ସାକୁନିଆ ଧନ୍ୟବାଦ ଦେଇଥିଲେ।
ପୁରୁଣା ବସ୍ଷ୍ଟାଣ୍ଡକୁ ସିଟି ବସ୍ଷ୍ଟାଣ୍ଡ ଘୋଷଣା ଦାବି
/sambad/media/post_attachments/wp-content/uploads/2023/09/Untitled-65.jpg)