ଖୋର୍ଦ୍ଧା: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ବାଇକ, କାର ପୋଡ଼ି

ଖୋର୍ଦ୍ଧା: ଗତକାଲି ରାତିରେ ନୂଆବର୍ଷ ପାଳନ ପାଇଁ ଆୟୋଜିତ ଜିରୋ ଆଓ୍ଵାର ସେଲିବ୍ରେସନ ସମୟରେ ଖୋର୍ଦ୍ଧା ଥାନା ଅନ୍ତର୍ଗତ ସାମନ୍ତରାପୁର ଛକରେ ଦୁଇଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ସାମନ୍ତରାପୁର- ଉପରସାହି ଯୁବକଙ୍କ ମଧ୍ୟରେ ହୋଇଥିିବା ଏହି ଗଣ୍ଡଗୋଳରେ ଗୋଟିଏ କାର, ଗୋଟି, ମିନିଟ୍ରକ୍‌ ସହିତ ୫ଟି ବାଇକ୍‌ ଜଳିଯାଇଛି। ଗଣ୍ଡଗୋଳରେ ୪ ଜଣ ଆହତ ହୋଇଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ୩୦ ଜଣଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର