ନାଲକୋନଗର: ଦୁଇଟି ଟ୍ରକ ସଂଘ ର ବିବାଦ ଯୋଗୁଁ ଆଜି ସକାଳ୮ଘଟିକା ଠାରୁ ନାଲକୋ ସିପିପି ପ୍ଲାଣ୍ଟରୁ ପାଉଁଶ ପରିବହନ ଠପ ହୋଇଯାଇଛି। ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ନାଲକୋ ସିପିପି ପ୍ଲାଣ୍ଟ ପରିସରରୁ ନାଲକୋ ରିଜିଓନାଲ ଟ୍ରକ ଓନର ଆସୋସିଏସନ ଓ ନାଲକୋ ପେରିଫେରୀ ଟ୍ରକ ଓନର ଆସୋସିଏସନ ପ୍ରମୁଖ ଦୁଇଟି ଟ୍ରକ ମାଲିକ ସଂଘ ରେ ଥିବା ଟ୍ରକ ମାଲିକ ପ୍ଲାଣ୍ଟ ପରିସର ରୁ ପାଉଁଶ ପରିବହନ କରି ଥାନ୍ତି।ବିବାଦ ହେବା ଫଳରେ ଆଜି ନାଲକୋ ରିଜିଓନାଲ ଟ୍ରକ ଓନର ଆସୋସିଏସନ ସକାଳ୮ଘଟିକା ସମୟ ରେ ଧାରଣା ରେ ବସିଥିଲେ। ଅପରାହ୍ନରେ ଉଭୟ ଟ୍ରକ ମାଲିକ ସଂଘ ଓ ପୁଲିସ ଉପସ୍ଥିତି ରେ ଆଲୋଚନା ଚାଲୁଥିବା ବେଳେ ଉଭୟ ଟ୍ରକ ମାଲିକମାନଙ୍କ ମଧ୍ୟରେ ମାରପିଟ ହୋଇ ଦୁଇ ଜଣଟ୍ରକ ମାଲିକ ଲହୁଲୁହାଣ ହୋଇଛନ୍ତି। ଘଟଣା ସ୍ଥଳରୁ ଦୁଇ ଆହତ ଗାଡି ମାଲିକଙ୍କୁ ପୁଲିସ ଚିକିତ୍ସା ପାଇଁ ନାଲକୋ ଡାକ୍ତରଖାନା ରେ ଭର୍ତ୍ତି କରିଥିବା ଜଣା ପଡ଼ିଛି।
ନାଲକୋ ପାଉଁଶ ପରିବହନ ବିବାଦରୁ ମାଡ଼ପିଟ
/sambad/media/post_attachments/wp-content/uploads/2020/11/fb086f2e-9555-474c-861d-e508db588827.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)