ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ଯାଜପୁର: ଯାଜପୁର ସଦର ଥାନା ଛତିଶିଦେବିଲି ଅଂଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ। କିଛି ଦିନ ପୂର୍ବରୁ ଗୋଟିଏ ଗ୍ରାମର ଯୁଵକଙ୍କ ମୃତ୍ୟୁକୁ କେନ୍ଦ୍ର କରି ଖୁଣ୍ଟିଆ ସାହି ଓ ଦଳେଇ ମଧ୍ୟ୍ୟରେ ବିବାଦ ଲାଗି ରହିଥିଲା। ଫଳରେ ଏହାକୁ ନେଇ ଆଜି ଉଭୟ ଗ୍ରାମର ଯୁଵକଙ୍କ ମଧ୍ୟରେ ଉତ୍ତେଜନା ଓ ମାଡଗୋଳ ସୃଷ୍ଟି ହୋଇଥିଲା। ଯାହାକି ଘର ପୋଡି ସହ ମାଡଗୋଳ ହୋଇଥିଲା। ଏହି ଘଟଣାରେ ୨ ଜଣ ଗୁରୁତର ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି ହୋଇଥିବା ବେଳେ ଗ୍ରାମର କିଛି ଲୋକ ଆହତ ହୋଇଛନ୍ତି। ଘଟଣା ସ୍ଥଳେ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର