ମୋସ୍କୁଲ ଅଭିଯାନରେ ଶ୍ରେଣୀଗୃହ ଲୋକାର୍ପିତ

ଜୟପୁର: ଜୟପୁର ସ୍ଥାନୀୟ ସିଟି ସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନରେ ସାଢ଼େ ଚାରି ଲକ୍ଷରେ ନିର୍ମାଣ ହୋଇଥିବା ଶ୍ରେଣୀଗୃହକୁ ଲୋକାର୍ପିତ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

ପୁରାତନ ଛାତ୍ରଛାତ୍ରୀମାନେ ଦେଢ଼ ଲକ୍ଷ ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ୩ଲକ୍ଷ ଦେଇଥିବା ସଂପର୍କରେ ସଭାପତିତ୍ବ କରୁଥିବା ପ୍ରଧାନଶିକ୍ଷୟତ୍ରୀ ବି.ସୂଜାତା  ଓବିଇଓ ରାମଚନ୍ଦ୍ର ବିଷୋୟୀ ସୂଚନା ଦେଇଥିଲେ। ଏଥିରେ ସ୍କୁଲ ପରିଚାଳନା କମିଟିର ଶଶି ପଟ୍ଟନାୟକ, କେ.ଶ୍ରୀନିବାସ ରାଓ, ମୁରଲୀ ପଟ୍ଟନାୟକ, ସୁଧାକର ପଟ୍ଟନାୟକ, ମୃତ୍ୟଂଜୟ ରାଉତ, ଗୋବିନ୍ଦ ନାୟକ, ପି.ଶ୍ରିନୀବାସ ରାଓ, କେ. ରାମ ପ୍ରମୁଖ ଯୋଗ ଦେଇଥିଲେ। ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର