ସ୍ବଚ୍ଛ ସର୍ଭେକ୍ଷଣ- ୨୦୨୧ରେ ‘ସ୍ବଚ୍ଛତା ଦୈଡ଼’

ଜୟପୁର: ଆଦର୍ଶ ଜୟପୁର ସହର ଗଠନ କରିବା ଉଦେଶ୍ୟରେ ଜୟପୁର ପୌରପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ସ୍ବଚ୍ଛସର୍ଭେକ୍ଷଣ -୨୦୨୧ ସହରବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଏକ ‘ସ୍ବଚ୍ଛତା ମାରଥନ ଦୈଡ଼’ ଆୟୋଜନ କରାଯାଇଥିଲା।

ଏହି ଦୈଡ଼କୁ ସବୁଜପତାକା ଦେଖାଇ ଆରମ୍ଭ କରିଥିଲେ ପିଡି ଡିଆରଡିଏ ପ୍ରବୀର କୁମାର ନାୟକ। ଏଥିରେ ଉପଜିଲ୍ଲାପାଳ ତଥା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଅତିରିକ୍ତ ତହସିଲଦାର ଅଶ୍ବିନୀ ମହାପାତ୍ର, ଆଇଆଇସି ବାଲେଶ୍ବର ଗିଦ୍ଧିଙ୍କ ସହ ପୁଲିସ, ଭାରତୀୟ ଡାକସେବା, ତହସିଲ, ପୌରପାଳିକା, ବାଣିଜ୍ୟକର ଆଦି ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଆଦି ଭାଗ ନେଇଥିଲେ।

ଜୟନଗର ଶିଶୁ ଉଦ୍ୟାନରୁ ଆରମ୍ଭ ହୋଇ ପଂଚାନନ ମନ୍ଦିର ଛକ, ତାରିଣୀଛକ ଦେଇ ସହରର ମୁଖ୍ୟରାସ୍ତା ଦେଇ ଚିତ୍ତବିନୋଦନ କେନ୍ଦ୍ରରେ ସରିଥିଲା। ଡାକକାର୍ଯ୍ୟାଳୟ ନିକଟରେ ପିଡିଡିଆରଡିଏ ଶ୍ରୀ ନାୟକ ନାଳ ସଫା କରିଥିଲେ।

 

ସମ୍ବନ୍ଧିତ ଖବର