ଭ୍ୟୁ ପଏଣ୍ଟରେ ସଫେଇ କାର୍ଯ୍ୟକ୍ରମ

ରାୟଗଡା: ରାୟଗଡା ସଦର ମହକୁମା ଠାରୁ ମାତ୍ର ତିନି କିଲୋମିଟର ଦୁରରେ ରହିଛି ଭ୍ୟୁ ପଏଣ୍ଟ।ଏହା ଏକ ପର୍ଯ୍ୟଟନ ସ୍ଥଳୀ ହୋଇନଥିଲେ ମଧ୍ୟ ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଆସନ୍ତି।ଏବେ ଭ୍ୟୁ ପଏଣ୍ଟରେ ପର୍ଯ୍ୟଟକଙ୍କ ଆସିବା କମୁଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କ ଭିଡ ଜମୁଛି।ତେବେ ଏଠାରେ ମତ୍ୟପାନ କରି ବୋତଲଗୁଡିକ ଏଠାରେ ଫିଙ୍ଗି ଚାଲିଯାଉଥିବା ଦେଖିବାକୁ ମିଳିଛି।

ଏହି ସ୍ଥାନଟି ପୁତିଗନ୍ଧମୟ ହୋଇପଡିଛି।ଯାହାକୁ ନେଇ ସ୍ଥାନୀୟ ଡିଏଫଓ ବିଜୟ କୁମାର ପରିଡା ଉଦବେଗ ପ୍ରକାଶ କରିବା ସହ ରାୟଗଡା ବନାଞ୍ଚଳ ଅଧିକାରୀ ସଂଜୟ ଦାସଙ୍କୁ ସଫେଇ କାର୍ଯ୍ୟକୁ ହାତକୁ ନେବା ପାଇଁ ନିର୍ଦେଶ ଦେଇ ସମସ୍ତ କର୍ମଚାରୀ,ଏନସିସି ଛାତ୍ରୀ ସହ ସ୍ବେଚ୍ଛାସେବୀମାନେ ଭ୍ୟୁ ପଏଣ୍ଟକୁ ଯାଇ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ।ଆଜି ବିଶ୍ବ ପରିବେଶ ଦିବସ ଅବସରରେ ଏହି ସଫେଇ କାର୍ଯ୍ୟକ୍ରମକୁ ରାୟଗଡା ବନ ବିଭାଗ ତରଫରୁ ହାତକୁ ନିଆଯାଇଥିଲା।ଭ୍ୟୁ ପଏଣ୍ଟରେ ପଡିଥିବା ଶହ ଶହ ମଦ ବୋତଲ କାଚ ସହ ପ୍ଲାଷ୍ଟିକ ଆବର୍ଜନକୁ ସଂଗ୍ରହ କରି ଅନ୍ୟତ୍ର ଫିଙ୍ଗା ଯାଇଥିଲା।ଏହାକୁ ପୁନଃ ସୁନ୍ଦର ଏବଂ ସୁସ୍ଥ ପରିବେଶରେ ପରିଣତ କରାଯାଇଛି।ପ୍ରଶାସନକୁ ସ୍ଥାନୀୟ ଲୋକେ ଭ୍ୟୁ ପଏଣ୍ଟରେ ଅସାମାଜିକ ବ୍ୟକ୍ତିଙ୍କ ଗସ୍ତକୁ ନେଇ ସୂଚନା ଦେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କୁହାଯାଇଛି।ଦିନକୁ ଦିନ ଏଠାରେ ଯୁବଗୋଷ୍ଠୀ ଗଂଜେଇ,ମଦ ପିଇ ମାତାଲ ହେଉଥିବା ଦେଖିବାକୁ ମିଳିଛି।ପୁଲିସ ତରଫରୁ ଏଠାରେ ଘନ ଘନ ଚଢାଉ ହେଲେ ଏହି ସ୍ଥାନଟିରେ ପୁଣି ପର୍ଯ୍ୟଟକଙ୍କ ଭିଡ ଜମିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର