ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କିରାଣି ଗିରଫ

ରାୟଗଡ଼: ଗୁଦଡି ଅଞ୍ଚଳର ଜଣେ ହାଇସ୍କୁଲ ମହିଳା ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ସୋମବାର ରାୟଗଡ଼ା ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟର ଜଣେ କିରାଣିଙ୍କୁ ଗିରଫ କରିଛି। ଅଭିଯୁକ୍ତ ନାମ ସତ୍ୟନାରାୟଣ ବିଶୋୟୀ ବୋଲି ଜଣାପଡ଼ିଛି।

ଉକ୍ତ ଶିକ୍ଷୟିତ୍ରୀ ପ୍ରଥମେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ରାୟଗଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ବିଶୋୟୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ସ୍କୁଲର ଦଶମଶ୍ରେଣୀ ଛାତ୍ର ବାର୍ଷିକ ମ୍ୟାଟିକ୍‌ ପରୀକ୍ଷା ପାଇଁ ଫର୍ମ ଭରିବାରେ ବିଫଳ ରହିବା ପରେ ଏହି ବର୍ଷ ଉକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରି ଦିଆଯାଇଥିଲା। ଅଭିଯୁକ୍ତ ଏହି ନିଲମ୍ବନକୁ ରୋକିବା ପାଇଁ ଶିକ୍ଷୟିତ୍ରୀଙ୍କୁ ୧୦,୦୦୦ଟଙ୍କା ଦାବି କରିଥିଲେ। କେବଳ ଏତିକି ନୁହେଁ ବିଶୋୟୀ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ବି ବାଧ୍ୟ କରିଥିଲେ। ଏଥିସହିତ ବିଶୋୟୀ ଫୋନ୍‌ କରି ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ କଥା କହୁଥିବା ବି ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ କିରାଣି ନିଜ ଉପରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ମୋର ସମାଜରେ ଥିବା ସମ୍ମାନକୁ ଖରାପ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଛି।।

ସମ୍ବନ୍ଧିତ ଖବର