ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ଅଫିସର କିରାଣି

ଭୁବନେଶ୍ୱର: ଫସଲହାନୀ କ୍ଷତିପୂରଣ ଦେବା ପାଇଁ ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତହସିଲର ବରିଷ୍ଠ କିରାଣୀ ପଞ୍ଚାନନ ସୁଆର ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି।
ଭିଜିଲାନ୍ସ ସୂତରୁ ମିଳିଥିବା ସୂଚନା ଅନୁଯାୟୀ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ଚାଷୀ ମରୁଡ଼ି ଯୋଗୁଁ ଫସଲ ହାନୀ ହୋଇଥିବା ବାବଦରେ ସରକାର ଦେଇଥିବା କ୍ଷତିପୂରଣ ପାଇବା ପାଇଁ ଜୁନାଗଡ଼ ତହସିଲରେ ଆବେଦନ କରିଥିଲେ। ତେବେ ଏହି କ୍ଷତିପୂରଣ ପ୍ରଦାନ ପାଇଁ ତହସିଲ ଅଫିସର ବରିଷ୍ଠ କିରାଣି ପଞ୍ଚାନନ ସୁଆର ଶ୍ରୀ ପ୍ରଧାନଙ୍କୁ ୧୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ପ୍ରଧାନ ଏ କଥା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆଜି ଯୋଜନା ମୁତାବକ ଶ୍ରୀ ପ୍ରଧାନ ଶ୍ରୀ ସୁଆରଙ୍କୁ ୧୫ଶହ ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ସେଠାରେ ପହଞ୍ଚି ଥିଲେ ଓ ଶ୍ରୀ ସୁଆରଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲେ।

ସମ୍ବନ୍ଧିତ ଖବର