ବୈପାରିଗୁଡା: ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ଆଜି ନୂତନ ଭାବେ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି। ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ପାଞ୍ଚ ଦିନ ଧରି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରୀତିନୀତି ଅନୁଯାୟୀ ହୋମ, ଯଜ୍ଞାଦି ଅନୁଷ୍ଠାନ ସହ ନାମ ସଂକୀର୍ତ୍ତନ ଭଳି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଜି ଅନ୍ତିମ ଦିବସରେ ନୂତନ ମନ୍ଦିରର ସଂସ୍କାର ସହ ବିଗ୍ରହ ପ୍ରବେଶ ହୋଇଥିଲା। ପ୍ରକାଶ ଥାଉ କି, ରାଜାରାଜୁଡ଼ା ଶାସନ କାଳରେ ୨୦୦ ବର୍ଷ ତଳେ ରାମଗିରି ଠାରେ ତତ୍କାଳୀନ ଜୟପୁର ମହାରାଜା ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଶ୍ରୀ ଜଗନ୍ନାଥ ଦଧିବାମନ ରୂପେ ପୂଜା ପାଇ ଆସୁଥିବା ବେଳେ ଆଜି ନୂତନ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆଜି ପୂର୍ଣ୍ଣାହୁତି ସହ କାର୍ଯ୍ୟକ୍ରମ ସମାପନ ହୋଇଥିବା ବେଳେ ନାମ ଯଜ୍ଞ ଶେଷ ହୋଇଥିଲା ଏବଂ ଦଧିହାଣ୍ଡି ଭାଙ୍ଗା ଯାଇଥିଲା।

Advertisment

ଏହି ପ୍ରତିଷ୍ଠା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଚନ୍ଦ୍ର ଶେଖର ମାଝୀ, କୋରାପୁଟ ବିଧାୟକ ରଘୁରାମ ପାଡାଲ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ଗୋବିନ୍ଦ ସାମନ୍ତରାୟ, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୁନ୍ଦୁରା ଜିଲ୍ଲା ପରିଷଦ ସଭ୍ୟା କନକ ପେଣ୍ଠିଆ, ବିଜେଡି ବରିଷ୍ଠ ନେତା ରଘୁରାମ ମାଛ, କୋଟପାଡ଼ ପର୍ଯ୍ୟବେକ୍ଷକ ପଣ୍ଡିତ ବିଷୋୟୀ, ବୈପାରିଗୁଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବ୍ଲକ ବିଜେଡି ସଭାପତି ହେମନ୍ତ କୁମାର ମହାପାତ୍ର, ବୈପାରିଗୁଡା ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରିଆ, କୋରାପୁଟ ବିଧାୟକ ପ୍ରତିନିଧି ରମେଶ ସ୍ୱାଇଁ, କୋଟପାଡ଼ ବିଧାୟିକା ପ୍ରତିନିଧି ବିଶ୍ବଜିତ ନାୟକ, ବିଜୟ ସାମନ୍ତରାୟ, ସାଂସଦ ପ୍ରତିନିଧି ସାଥିରାମ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।