ବିଧାୟକ କିଶୋର ତରାଇଙ୍କୁ କେନ୍ଦ୍ରାପଡ଼ା ବିଜେଡି ସଭାପତି ଭାବେ ନିଯୁକ୍ତି ଦେଲେ ନବୀନ
ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ କିଶୋର ତରାଇ, ଜିଲ୍ଲା ବିଜେଡି ମହାସଚିବ ଭାବେ ନିଶିକାନ୍ତ ପ୍ରଧାନ ଓ ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଅଜିତ ନାୟକଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ସୁମିତ୍ରା ଜେନାଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ସହିତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ କମଳା ତିିରିଆଙ୍କୁ ବିଜୁ ମହିଳା ଦଳର ରାଜ୍ୟ ଉପ-ସଭାନେତ୍ରୀ ଏବଂ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ସୁଜାତା ଜୋନଙ୍କୁ ମହିଳା ବିଜେଡି ରାଜ୍ୟ ସାଧାରଣ ସଂପାଦିକା ସହିତ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଭାଗ୍ୟଶ୍ରୀ ପ୍ରଧାନଙ୍କୁ ମହିଳା ବିଜେଡି ରାଜ୍ୟ ସଂପାଦିକା ଏବଂ ତନ୍ମୟ ସ୍ୱାଇଁଙ୍କୁ ଏରସମା-ବାଲିକୁଦା ଓ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ସୁଦର୍ଶନ ବେହେରାଙ୍କୁ ବିଜେଡି ରାଜ୍ୟ ସଂପାଦକ ସହିତ ପାଲଲହଡା ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ, ଡ. ହୁସେନ ରବି ଗାନ୍ଧିଙ୍କୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ, ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର କୁନାଲ ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ବୋଲି ବିଜେଡି ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।