କେନ୍ଦ୍ରାପଡ଼ା: ପାଟକୁରାର ବିକାଶ ଦାୟତ୍ୱ ମୁଁ ନିଜେ ନେବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। ଦୁଇ ଦିନ ପରେ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ହାଇଟେକ୍ ପ୍ରଚାର ବେଳେ ନବୀନ ସଂକ୍ଷିପ୍ତ ଭାଷଣରେ ପାଟକୁରା ବିକାଶ ପ୍ରତିଶ୍ରୁତି ଦେଇ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି। କେନ୍ଦ୍ରାପଡ଼ାରେ ବ୍ୟବସାୟୀ ଓ ଧାର୍ମିକ ସଂଗଠନଗୁଡ଼ିକ ବନ୍ଦ ପାଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ର୍ନିବିଘ୍ନରେ ପାଟକୁରା ପ୍ରଚାର କରି ଯାଇଥିଲେ। ଗତ ନିର୍ବାଚନରେ ସେ କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ୱ ନେଲେ ବୋଲି ଘୋଷଣା କରି ଭୋଟରଙ୍କ ମନ ଜିଣିଥିଲେ।
ପାଟକୁରାର ବିକାଶ ଏବେବି ମୁଖ୍ୟ ପ୍ରସଙ୍ଗ ଥିବାରୁ ସେ ଏହି ପ୍ରସଙ୍ଗରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭରସା ଜୁଟାଇଛନ୍ତି। ଜିଲ୍ଲାର ଡେରାବିଶ୍, ଗରଦପୁର ଓ ମାର୍ଶାଘାଇ ବ୍ଲକ୍ର ବିଭିନ୍ନ ପଂଚାୟତକୁ ଗସ୍ତ କରିବା ଅବସରରେ ସେ ଏହି ସଂକ୍ଷିପ୍ତ ଭାଷଣରେ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି। ଦିନ ତମାମ ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ନରନାରୀ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦୁଇ ପଦ ଭାଷଣ ଶୁଣିବାକୁ ବ୍ୟଗ୍ର ହୋଇ ଭିଡ଼ ଜମାଇ ଥିଲେ ୩ଟି ବ୍ଲକ୍ରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲ ରାସ୍ତାରେ ଭୁବନେଶ୍ୱର ଫେରଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଚଣ୍ଡୀଖୋଲ ରାସ୍ତାରେ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।
ମୁଖ୍ୟମନ୍ତ୍ରୀ ବାରିମୂଳ ଠାରେ ଅସ୍ଥାୟୀ ସ୍ୱତନ୍ତ୍ର ହେଲିପ୍ୟାଡରେ ୯ଟା ୫୦ରେ ଓହ୍ଲାଇ ହାଇଟେକ୍ ବସ୍ରେ ବସିଥିଲେ। ସେଠାରେ ସେ ଜୟ ଜଗନ୍ନାଥ, ଅପଣମାନେ ଖୁସିତ ଏଥର ପାଟକୁରା ବିଧାନସଭା କ୍ଷେତ୍ରର ବିକାଶ କାର୍ଯ୍ୟ ମୁଁ ବୁଝିବି, ତେଣୁ ଆପଣମାନେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓାଲଙ୍କୁ ଆଶୀର୍ବାଦ କରନ୍ତୁ। ବହୁ ମାତ୍ରାରେ ଭୋଟ ଦେଇ ବିଜୟୀ କରାନ୍ତୁ ବୋଲି କହିଥିଲେ।
ପାଟକୁରା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିମୂଳ ପଂଚାୟତ ସମେତ ନହଙ୍ଗ, କୁଶିଆପାଳ, ଛୋଟି, ରଘୁଦେଇପୁର, ମଙ୍ଗଳପୁର, ବେଣୀପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର, ବାଲିଆ ଓ ଗୋଲରାହାଟ, ପଲେଇ, ଚାନ୍ଦୋଳ, ଖମୋଳ ଓ ରତାଦିଆ-ଖଣ୍ଡସାହି ପ୍ରଭୃତି ପଂଚାୟତର ବିଭିନ୍ନ ଗ୍ରାମରେ ରୋଡସୋ ଜରିଆରେ ନିର୍ବାଚନ ପ୍ରଚାର କରିବା ପରେ ଜଂଟିଲୋ ସ୍ଥିତ ଡାକବଙ୍ଗଳାରେ ମାଧ୍ୟହ୍ନ ଭୋଜନ ପରେ ବିଶ୍ରାମ କରିଥିଲେ। ସେହିପରି ଅପରାହ୍ନରେ ଡେରାବିଶ ବ୍ଲକ ଅଧିନସ୍ଥ ଦାନପୁର, ହରିଅଙ୍କ ଓ ଇନ୍ଦାଳ ପଂଚାୟତରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର କରିବା ପରେ ଦଳୀୟ ସୁପ୍ରିମୋଙ୍କ ସ୍ୱତନ୍ତ୍ର ନିର୍ବାଚନୀ ପ୍ରଚାର ହାଇଟେକ ବସ ଗରଦପୁର ବ୍ଲକ ଅଂଚଳରେ ପ୍ରବେଶ କରିଥିଲା
/sambad/media/agency_attachments/2024-07-24t043029592z-sambad-original.webp)
