କାରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୧ହଜାର ଟଙ୍କା ସହାୟତା ଦେଲା ମତ୍ସ୍ୟଜୀବୀ ସଂଘ

ଚାନ୍ଦବାଲି: ଗଭୀର ସମୁଦ୍ର ମଧ୍ୟରେ ମାଛମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ କରୋନା କଟକଣା ପାଇଁ ମାଛ ମାରିବା ବନ୍ଦ ହୋଇଯାଇଛି । ତେବେ ବିଶ୍ବ ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ତ୍ରାହିତ୍ରାହି ଡାକୁ ଥିବା ବେଳେ ଏହି ଘଡି ସନ୍ଧି ମୂହୁର୍ତ୍ତରେ ନିଜର କର୍ତ୍ତବ୍ୟକୁ ଭୁଲିଯାଇ ନାହାନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମା ଧାମରାଇ ମତ୍ସ୍ୟଜୀବୀ ସଂଘ ।

କାରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୧ହଜାର ଟଙ୍କାର ଚେକ ଜିଲ୍ଲାପାଳଙ୍କ କର୍ଜ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏହି ଚେକ ପ୍ରଦାନ କରାଯାଇଛି । ସଂଘର ସଭାପତି ଅଶୋକ ଜେନା,ସମ୍ପାଦକ ସୁଦର୍ଶନ ଲେଙ୍କା, ପ୍ରଫୁଲ୍ଲ ଜେନା, ଅଭିମନ୍ୟୁ ରାଉତ, ମଜିବୁର ଅଲିଖାଁ, ଦୀପକ ପରିଡା ପ୍ରମୁଖ ଏହିଚେକ ପ୍ରଦାନ କରିଛନ୍ତି ।

ତେବେ ସଂଘର ଅନ୍ୟ ଜଣେ ମତ୍ସ୍ୟଜୀବୀ ଦୀପକ ପରିଡା ନିଜ ବ୍ୟକ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କାର ସହାୟତା ଚେକ ପ୍ରଦାନ କରିଛନ୍ତି । ତେବେ ମତ୍ସ୍ୟଜୀବୀମାନଙ୍କ ଏହି ମହାନ କାର୍ଯ୍ୟ ପାଇଁ ସାରାଜିଲ୍ଲାରେ ଚଚ୍ଚାର ବିଷୟ ପାଲଟି ଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ବିପତି ସମୟରେ ମତ୍ସ୍ୟଜୀବୀମାନଙ୍କ ଏଭଳି ବଦାନ୍ୟତାକୁ ନେଇ ଚାନ୍ଦବାଲିର ସବୁ ମହଲରେ ସାଧୁବାଦ ଜଣାଇଛନ୍ତି ।

 

ସମ୍ବନ୍ଧିତ ଖବର