ଜିଲ୍ଲାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା : କରୋନା ମହାମାରୀ ସମୟରେ ଲୋକଙ୍କୁ ସେବା ଯୋଗାଇବା ବେଳେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଜିଲ୍ଲାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା କରିଛନ୍ତି ।

ଆଜି ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୱସ୍ୱାନ୍ ହଲ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଜଣ ସହିଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ମଧ୍ୟରେ ମଂଜୁଲତା ବଳିଆରସିଂହ, ମାନସୀ ମହାକୁଳ, ବିଜୁଳିବତୀ ସାହୁ, ଜ୍ୟୋତିର୍ମୟୀ ଜାଲି ଓ ମେନକା ସେଠୀ ଓ ତାଙ୍କ ସନ୍ତାନମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଓ ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ସେମାନଙ୍କ ସହ ଆଲୋଚନା କରି ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନୁଜ କୁମାର ଦାସପଟ୍ଟନାୟକ, ପିଡି ଡିଆର୍ଡିଏ ଦିଗନ୍ତ ରାଉତରାୟ, ଡେପୁଟି ଜିଲ୍ଲାପାଳ ଡ ବଳରାମ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଘୋଷଣାନୁସାରେ, ପ୍ରତ୍ୟେକ ପରିବାରଙ୍କୁ ୫୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର