ସିଏମସି କାଉନସିଲ ବୈଠକରେ ହୋହାଲ୍ଲା; ୩.୬୪ କୋଟି ଟେଣ୍ଡରକୁ ନେଇ ପ୍ରଶ୍ନ ଉଠାଇଲେ କର୍ପୋରେଟର

କଟକ: ହୋ ହାଲ୍ଲାରେ ଆଜି କଟକ ମହାନଗର ନିଗମ (ସିଏମସି)ର ଅଷ୍ଟମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ମୌଳିକ ସମସ୍ୟା ପ୍ରତି ଅବହେଳାକୁ ସମସ୍ତ କର୍ପୋରେଟର ବିରୋଧ କରିଥିଲେ। ପରିମଳ ବ୍ୟବସ୍ଥାରେ ଅନିୟମିତତା ସହ ନିର୍ବାହୀ ଯନ୍ତ୍ରୀଙ୍କ ଦୁର୍ବ୍ୟବହାରକୁ ନେଇ ଉଭୟ ଶାସକ ଓ ବିରୋଧୀ ପାଟିତୁଣ୍ଡ କରିଥିଲେ। ବିରୋଧୀ କର୍ପୋରେଟର ସହରର ରାସ୍ତାଘାଟ, ଷ୍ଟ୍ରିଟ୍‌ଲାଇଟ୍‌, ପାନୀୟ ଜଳ ଭଳି ସମସ୍ୟାର ସମାଧାନ ଠିକ ଭାବେ ହେଉନଥିବା ଅଭିଯୋଗ କରିଥିଲେ।

ବିଶେଷକରି ସହରର ବର୍ଜ୍ୟବସ୍ତୁ ପରିଚାଳନା ଓ ପଙ୍କ ଉଦ୍ଧାର ପାଇଁ ଯେଉଁ ଟେଣ୍ଡର କରାଯାଇଛି, ସେଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଲୋଚନାରେ କିପରି ସ୍ୱାସ୍ଥ୍ୟ କମିଟି ସହରର ଘରୁ ଅଳିଆ ନେବା ପାଇଁ ୪୫ଟି ଛୋଟ ଗାଡି କିଣିବାକୁ ୩କୋଟି ୬୪ଲକ୍ଷ ଟଙ୍କାର ଟେଣ୍ଡର କରିଲା ତାକୁ ନେଇ କର୍ପୋରେଟରମାନେ ପ୍ରଶ୍ନ କରିଥିଲେ।

ତେବେ ସିଏମସିର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ବିରୋଧୀ କଂଗ୍ରେସ ମେୟରଙ୍କୁ ଘେରିଥିଲା। ଏ ସମ୍ପର୍କରେ ମେୟର କହିଥିଲେ ଯେ, କାହାକୁ ଅସମ୍ମାନ କରାଯିବାକୁ ବରଦାସ୍ତ କରାଯିବ ନାହିଁ। ଏହା ସହ ଯେଉଁ ଅନିୟମିତତା କଥା ଉଠୁଛି ତାହା ଉପରେ ଆଇନଗତ ଦିଗରୁ ବିଚାର କରାଯାଉଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର