ଚିକିଟି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚିକିଟିପେଣ୍ଠ କରୁବାଲୁଆ ନିକଟରୁ ଏକ ୧୨ ଫୁଟିଆ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି। ଡହକ ପୋଖରୀକୁ ଆଜି ମଧ୍ୟାହ୍ନ‌ରେ କିଛି ଲୋକ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଖରୀହିଡ଼ ନିକଟରେ ସାପଟି ଗର୍ଜନ କରୁଥିଲା। ଫଳ‌ରେ ସ୍ଥାନୀୟଲୋକ ଭୟଭୀତ ହୋଇ ତୁରନ୍ତ ବନ ବିଭାଗ କର୍ମଚାରୀ ଓ ସାପଧରାଳିଙ୍କ ସହ ଯୋଗାଯୋଗ କରିଥିଲେ।

Advertisment

ତେବେ ଏହାମଧ୍ୟରେ ଉପସ୍ଥିତ ବୁଦ୍ଧି ଖଟାଇ ଗ୍ରାମବାସୀ ସାପଟିକୁ ସୁରକ୍ଷିତ ଭାବେ କାବୁ କରିବାରେ ସଫଳ ହୋଇଥିଲେ। ସ୍ଥାନୀୟ ବନପାଳ ପ୍ରଶାନ୍ତ କୁମାର ରାଓ ସଦଳବଳେ ପହଞ୍ଚିଥିଲେ। ବନପାଳଙ୍କ କାର୍ଯ୍ୟାଳୟକୁ ସାପଟିକୁ ନେଇ ଏକ ଯନ୍ତାରେ ରଖାଯାଇଥିଲା। ଚିକିଟି ବ୍ଲକ୍ ଭେଟନାରି ଅଫିସର୍‌ ସାପଟିର ସ୍ବାସ୍ଥ୍ୟ ଯାଞ୍ଚ କରିସାରିବା ପରେ ତାକୁ ରତନେଇ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିବା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି।