ଗଞ୍ଜା ଲଢ଼େଇ ବେଳେ ଚଢ଼ାଉ: ୭ଗିରଫ, ୩ଟି ଗଞ୍ଜା ଜବତ

କୋରାପୁଟ: କୋରାପୁଟ ବୈଇପାରିଗୁଡ଼ା ପୁଲିସ ଥାନା ଅଧୀନସ୍ଥ ହାଟାକୁଡୁପି ଗ୍ରାମରେ ଗଞ୍ଜା ଲଢ଼େଇ ଚାଲିଥିଲା। ଏହି ଗଞ୍ଜା ଲଢ଼େଇ ଚାଲିଥିବା ବେଳେ ବୁଧବାର ପୁଲିସ ଏହା ଉପରେ ଆତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୭ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ତିନିଟି ଗଞ୍ଜା, ୬ଟି ଛୁରୀ, ନଗଦ ୩ହଜାର ୭ଶହ ଟଙ୍କା, ୪ଟି ମୋବାଇଲ ଓ ୩ଟି ମୋଟରସାଇକେଳକୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର