ବ୍ୟାପକ କଫି ଚାଷ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ

କୋରାପୁଟ: କୋରାପୁଟ ଜିଲ୍ଲାରେ ବ୍ୟାପକ କଫି ଚାଷ କରିବାକୁ ଜିଲ୍ଲାପାଳ ଅବଦ୍ଦଲ ଏମ. ମହମ୍ମଦ ନିର୍ଦେଶ ଦେଇଛନ୍ତି। କୋରାପୁଟ କଫିର ଚାହିଦା ଆନ୍ତର୍ଜାତିକ ବଜାରରେ ବହୁ ଅଧିକ ଥିଲାବେଳେ ଏହାକୁ ପୂରଣ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରେ କଫି ଚାଷ କରାଯିବ। ଜିଲ୍‌ଲରେ ପ୍ରାୟ ୧୦୦ ହେକ୍ଟରରୁ ଅଧିକ କଫି ଗଛ ଚାରା ରୋପଣ କରାଯିବାକୁ ଯୋଜନା ହୋଇଛି। ଏଥରେ କୋରାପୁଟ ଜିଲ୍ଲାର ଆଦିବାସୀ ଚାଷୀଙ୍କର ଆର୍ଥିକ ସହଯୋଗ ହେବ ବୋଲି ଜଣାପଡିଛି। କଫି ପାଇଁ କୋରାପୁଟ ଜଳବାୟୁ ସୁହାଉଥିବାରୁ ଏବଂ ଏହା ଲାଭଜନକ ଫସଲ ହୋଇଥିବାରୁ ଏହି ଚାଷକୁ ପ୍ରଶାସନ ଅଧିକ ଗୁରୁତ୍ବ ଦେବ।

 

କୋଭିଡର ଦ୍ବିତୀୟ ଲହର ଭୟୟଭତା ଅଧିକ ରହିଥିବାରୁ ବାହାରୁ ବହୁ ଲୋକ କୋରାପୁଟକୁ ଫେରି ଆସିଥିଲେ। ଏହି ଚାଷ ମାଧ୍ୟମରେ ସେମାନଙ୍କୁ କର୍ମ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି। ମନରେଗା ମାଧ୍ୟମରେ କଫି ପାଇଁ ଛାୟା ବୃକ୍ଷ ରୋପଣ କରାଯିବ। ଚଳିତବର୍ଷ ଜିଲ୍ଳାରେ ପ୍ରାୟ ଆଉ ୧୦୦ ହେକ୍ଟର ଜମିରେ ଏହି ଛାୟାବୃକ୍ଷ ରୋପଣ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏହା ଫଳରେ ଲୋକେ କର୍ମ ନିଯୁକ୍ତି ପାଇବା ସହ ଆର୍ଥିକ ଲାଭବାନ ହେବେ। ପଞ୍ଚାୟତରାଜ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏବଂ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଏହି କଫି ଚାଷ କରାଯିବ ଜଣାପଡିଛି।

ସମ୍ବନ୍ଧିତ ଖବର